ଡେଙ୍ଗୀ ପତ୍ନୀଙ୍କ ସହ ଫଟୋ ପୋଜ୍‌ ଦେବା ବେଳେ ଗୋଡ଼ ଟେକୁଥିବାର ଭିଡିଓ ଭାଇରାଲ୍‌, ଟ୍ରୋଲ୍‌ ହେ‌ଲେ ହିମେଶ

ମୁମ୍ବାଇ: ସର୍ବଦା ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେସମିୟା ଏଥର ନିଜର ବ୍ୟକ୍ତିଗତ ବ୍ୟପାରକୁ ନେଇ ଚର୍ଚ୍ଚା ପାଲଟିଛନ୍ତି। ହିମେଶ ରେସ୍‌ମିୟା ଓ ତା‌ଙ୍କ ପତ୍ନୀ ସୋନିଆଙ୍କୁ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ସେଠାରେ କିଛି ଫ‌େଟୋଗ୍ରାଫର୍‌ ହିମେଶଙ୍କୁ ଫଟୋ ପୋଜ୍‌ ଦେବାକୁ କହିଥିଲେ। ହିମେଶଙ୍କଠାରୁ ତା‌ଙ୍କ ପତ୍ନୀ ସୋନିଆଙ୍କ ଉଚ୍ଚତା ବେଶି ‌ହୋଇଥିବାରୁ ସେ ସୋନିଆଙ୍କ ଉଚ୍ଚତା ସହ ମ୍ୟାଚ୍‌ ହେବାକୁ ପାଦ ଟେକି ଫଟୋ ପୋଜ୍‌ ଦେଉଥିବାର ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଏହି ‌କାରଣରୁ ହିମେଶ ରେସମିୟାଙ୍କୁ ଏବେ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରାଯାଉଥିବା ଦେଖିବାକୁ ମିଳିଛି। ଟ୍ବିଟର୍‌ ବ୍ୟବହାରକାରୀ ରମନଙ୍କ ଦ୍ବାରା ପୋଷ୍ଟ୍‌ କରାଯାଇଥିବା ଏହି ଭିଡିଓକୁ ଦେଖି ଲୋକେ ହିମେଶଙ୍କର ଖୁବ୍‌ ମଜାକ ଉଡ଼ାଇଛନ୍ତି।

 

ହିମେଶ ରେସମିଆ ୨୦୧୭ ମସିହାରେ ୨୨ ବର୍ଷର ସଂପର୍କକୁ ଛିନ୍ନ କରି ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୮ ମସିହାରେ ସୋନିଆ କପୁରଙ୍କୁ ବିବାହ କରିଥିଲେ। ଏହି ଯୋଡ଼ି ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ହିମେଶ ଓ ତାଙ୍କ ପତ୍ନୀ ସୋନିଆ ପରସ୍ପରଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ସୁଟ୍‌ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଥିବାର ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ।

 

 

View this post on Instagram

 

A post shared by Himesh Reshammiya (@realhimesh)

ସମ୍ବନ୍ଧିତ ଖବର