ରାନୁଙ୍କୁ ନେଇ ଲତାଜୀ ଦେଇଥିବା ପ୍ରତିକ୍ରିୟାର ଜବାବ ରଖିଲେ ହିମେଶ

ମୁମ୍ବାଇ : ବୁଧବାର ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତ ତେରି ମେରି କାହାନୀ ରିଲିଜ୍‌ ହୋଇଥିଲା । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ହିମେଶ ରେଶମିୟା ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ହିମେଶଙ୍କ ସହ ପହଞ୍ଚିଥିଲେ ରାନୁ ମଣ୍ଡଳ । ତେବେ ଏହି ସମ୍ମିଳନୀରେ ସ୍ୱରର ରାଣୀ ଲତା ମଙ୍ଗେସକର ରାନୁଙ୍କୁ ନେଇ ଦେଇଥିବା ବୟାନ ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ହିମେଶ ।

ତାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମଣିଷ କାହା ନା କାହାଠାରୁ ଅନୁପ୍ରାଣିତ ନିଶ୍ଚିତ ହୋଇଥାଏ । ସେହି ଭଳି ରାନୁ ମଣ୍ଡଳ ଲତାଜୀଙ୍କଠାରୁ ଅନୁପ୍ରାଣିତ ହୋଇଥିଲେ । କେହି ବି ଲତାଜୀଙ୍କ ଭଳି ଚାହିଁ ବି ବନି ପାରିବେ ନାହିଁ । ସେ ଜଣେ ମହାନ୍‌ କଣ୍ଠଶିଳ୍ପୀ ଏବଂ ତାଙ୍କର ଯାତ୍ରା ଅନେକଙ୍କୁ ଅନୁପ୍ରାଣିତ କରେ । ସେହିଭଳି ରାନୁଜୀ ମଧ୍ୟ ଅନୁପ୍ରାଣିତ ହୋଇଥିଲେ । କିନ୍ତୁ ଏହା ମଧ୍ୟ ସତ କି ରାନୁଜୀ ଜଣେ କଣ୍ଠଶିଳ୍ପୀ ହେବା ପାଇଁ ହିଁ ଜନ୍ମ ନେଇଛନ୍ତି । ତାଙ୍କ ଭିତରେ ସେ ପ୍ରତିଭା ରହିଛି ବୋଲି କହିଥିଲେ ହିମେଶ ।

Image result for himesh-reshammiya
Gulf News

ରାନୁଙ୍କୁ ଲତାଜୀଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯିବା ପରେ ସେ କହିଥିଲେ, ଛୋଟ ବେଳୁ ମୁଁ ଲତାଜୀଙ୍କ ଗୀତ ପସନ୍ଦ କରିବା ସହ ତାଙ୍କ ଗୀତ ଗାଇଛି । ଲୋକେ ମୋ ସ୍ୱରକୁ ତାଙ୍କ ସ୍ୱର ସହ ତୁଳନା କରନ୍ତି, ଯାହା ଶୁଣି ମୋତେ ଭାରି ଖୁସି ଲାଗେ ।

ସମ୍ବନ୍ଧିତ ଖବର