ମୁମ୍ବାଇ: କିଛି ଦିନ ତଳେ ସୋନି ଟିଭିରେ ପ୍ରସାରିତ ହେଉଥିବା ସଂଗୀତ ଭିତ୍ତିକ ସୋ ଇଣ୍ଡିଆନ ଆଇଡ଼ଲର ବିଚାରକ ପଦରୁ ବିଦା ହୋଇଥିଲେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ | ଏବେ ଅନୁ ମଲ୍ଲିକଙ୍କ ସ୍ଥାନରେ ବଲିଉଡ ସଂଗୀତ ନିର୍ଦ୍ଦେଶକ ହିମେସ ରେଶମିଆଁଙ୍କୁ ସ୍ଥାନ ମିଳିଛି | କୁହାଯାଉଛି ହିମେସ ଇଣ୍ଡିଆନ ଆଇଡ଼ଲର ଚଳିତ ସିଜିନ ଶେଷ ଯାଏଁ ରହିବେ | ଯେଉଁଥିପାଇଁ ଅନୁଙ୍କ ଫେରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |
Photo-Koimoi.comଏଠାରେ ସୂଚନା ଥାଉ କି ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବଂ ଅନ୍ୟ କେତେଜଣ ବଲିଉଡ୍ ଗାୟିକାଙ୍କ ଅଭିଯୋଗ ପରେ ସଙ୍ଗୀତଭିତ୍ତିକ ରିୟଲିଟି ସୋ’ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୧ରୁ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ବିଦା ହୋଇଥିଲେ । ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ସୋନି ଟିଭିିକୁ ସହ-କଳାକାରଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରୁଥିବା ଅନୁ ମଲିକଙ୍କୁ କିପରି ବିଚାରକ ଭାବେ ନିଆଯାଇଛି ତାହା ପ୍ରଶ୍ନ କରାଯାଇ ଏକ ନୋଟିସ୍ ଜାରି କରାଯାଇଥିଲା।
ମହିଳା କମିସନ୍ଙ୍କ ପକ୍ଷରୁ ଏହି ନୋଟିସ୍ରେ କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ୟକ୍ତିଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇଛି ତାହା ଜଣାଇବାକୁ କୁହାଯାଇଥିଲା। ଏହି ନୋଟିସ ଆସିବା ପରେ ଅନୁ ମଲିକ ଇଣ୍ଡିଆନ ଆଇଡଲ ସିଜନ ୧୧ରୁ ବିଦା କରାଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/sona_anu.jpg)