ହିନା ଖାନ୍‌ଙ୍କ ବିନ୍ଦାସ ଅବତାର

ହିନା ଖାନ୍‌ ଅଭିନୟ ବ୍ୟତୀତ ତାଙ୍କର ଫେସନେବୁଲ୍‌ ଜୀବନଶୈଳୀ ପାଇଁ ପରିଚିତ। ପାରମ୍ପରିକ ହେଉ ଅବା ପାଶ୍ଚାତ୍ୟ ବେଶଭୂଷାରେ ହିନା ବହୁତ ସୁନ୍ଦର ଦେଖାଯାଆନ୍ତି। ହିନା ନିକଟରେ ଏକ ସରଳ‌ଶୈଳୀର ଟପ୍‌ ଓ ଡେନିମ ସାର୍ଟ ସ୍କର୍ଟ ପିନ୍ଧିଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ବିଗ୍‌ ବସ୍‌-୧୧ରେ ପ୍ରଥମ ରନର୍ସଅପ୍‌ ହୋଇସାରିଥିବା ହିନା ନିକଟରେ ହେୟାର କଟ୍‌ କରିବା ପରେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ପ୍ରଶଂସା ପାଇଥିଲେ। ତେବେ କିଛି ବ୍ୟକ୍ତି ତାଙ୍କୁ ଲମ୍ବା ଚୁଟିରେ ଦେଖିବାକୁ ପସନ୍ଦ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର