ମୁମ୍ବାଇ: ବିଗବସ ଶେଷ ହେବାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏହାର ପ୍ରତିଯୋଗୀମାନେ ଏବେ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଧାଡ଼ିରେ ଏବେ ହୀନା ଖାନଙ୍କ ନାମ ଯୋଡ଼ି ହୋଇଛି। ସେ ବିଗବସର ର୍ନିମାତାଙ୍କୁ ନେଇ ଏମିତି କଥା କହିଛନ୍ତି ଯାହା ଶୁଣିଲେ ହୋସ ଉଡ଼ିଯିବ।
ପ୍ରକୃତରେ ବିଗବସରେ ରନର୍ସ ଅପ ହେବା ପରେ ହୀନାକୁ ଝଟକା ଲାଗିଛି। ମିଡିଆ ରିପୋର୍ଟ ଅନୁସାରେ ସେ ବିଗବସ ର୍ନିମାତାଙ୍କ ନାଁରେ ଏକ ଆରୋପ ଲଗାଇଛନ୍ତି। ହୀନାଙ୍କ କହିବା ଅନୁସାରେ, ବିଗବସ ସ୍କ୍ରିପ୍ଟେଡ ନୁହେଁ ବରଂ ଏହା ଏଡିଟେଡ। ସେମାନେ ଏହାକୁ ଏଭଳି ଏଡିଟ କରନ୍ତି ଯାହା ଦ୍ୱାରା ପ୍ରତିଯୋଗୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। କିନ୍ତୁ ଯଦି ସମଗ୍ର ସୋ’ ବିଷୟରେ ଆଲୋଚନା କରାଯାଏ ତେବେ ହୀନା ସବୁବେଳେ ନିଜ ଭୁଲକୁ ନ ମାନିଥିବା ଘଟଣା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2018/02/shilpa-shinde-300x225.jpg)
ପାଖାପାଖି ସାଢେ ୩ ମାସ ଚାଲିଥିବା ବିଗବସ ସିଜନ ୧୧ରୁ ହୀନା ଖାନଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିଲା। କିନ୍ତୁ ହୀନାଙ୍କ ବୟାନରୁ ଜଣାପଡ଼ୁଛି ଯେ ଶିଳ୍ପାଙ୍କଠାରୁ ହାରିବାକୁ ସହଜରେ ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହାଁନ୍ତି। ଗାଳି ଗୁଲଜ କରୁଥିବା ଜୁବେର ଖାନଙ୍କୁ ସୋରୁ ବାହାର କରିଦେବା ପରେ ସେ ମଧ୍ୟ ସୋ ଏଡିିଟେଡ ହେଉଛି ବୋଲି ବୟାନ ଦେଇଥିଲେ। ତେବେ ହୀନା ଖାନ ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/fashion-india-entertainment-bollywood_b1bb860e-0893-11e8-90ea-37dc70df54a3.jpg)