ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ କର୍କଟ ସହିତ ଲଢ଼ୁଥିବା ହିନା ଖାନ୍ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ପାଇଁ ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି।
ତାଙ୍କର ଶେଷ ପୋଷ୍ଟରେ ଅଭିନେତ୍ରୀ ଏକ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ଦେବାକୁ ଯାଇ ହିନାଙ୍କ ପ୍ରେମିକା ରକି ଜାୟସୱାଲ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।
ହିନା ନିକଟରେ ତାଙ୍କର ନୂଆ କେଶ ସଜ୍ଜା ସହିତ ଏକ ଭିଡିଓ ସେୟାର କରିଥିଲେ। ଏଥିିସହିତ ହିନା ପ୍ରେମିକ ରକିଙ୍କୁ ପଚାରିଛନ୍ତି ମୁଁ ଜାଣିଛି ତୁମେ ଏବେ ମୋତେ ଖୁବ ଭଲ ପାଏ କିନ୍ତୁ ଯେତେବେଳେ ମୋର ବୟସ ବଢ଼ିଯିବ ସୌନ୍ଦର୍ଯ୍ୟ କମିଯିବ ସେତେବେଳେ ବି ଏମିତି ଭଲ ପାଇବ?
ଏହାର ଉତ୍ତର ଦେଇ ଅଭିନେତ୍ରୀଙ୍କ ପ୍ରେମିକ ରକି ଜାୟସୱାଲ ଏକ ହୃଦୟର ଇମୋଜି ଦେଇ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ମୁଁ ସବୁବେଳେ ଏହା କରିବି।’
ହିନା ଖାନ ଏବଂ ରକି ଜାୟସୱାଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ତେବେ ସେମାନଙ୍କ ବ୍ରେକଅପ୍ ଖବର ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି। ହିନା କର୍କଟ ଆକ୍ରାନ୍ତ ହେବାପରେ ରକି ତାଙ୍କର ଖୁବ ଯତ୍ନ ନେଉଥିବା ବି ବିଶେଷ ସୂତ୍ରରୁ ଖବର ମିଳିଛି।
View this post on Instagram