ନୂଆଦିଲ୍ଲୀ: ଆମେ ଜାଣନ୍ତି ଯେ ଟେଲି ଅଭିନେତ୍ରୀ ତଥା ବିଗ୍ବସ୍ ଫେମ୍ ହୀନା ଖାନ ତୃତୀୟ ସ୍ତର ସ୍ତନ କର୍କଟ ରୋଗରେ ପୀଡ଼ିତ। କର୍କଟ ରୋଗର ଆକ୍ରାନ୍ତ ବୋଲି ଜାଣିବା ପରଠାରୁ ଅଭିନେତ୍ରୀ ନିଜର ଛୋଟମୋଟ କଥାକୁ ସୋସିଆଲ୍ ମିଡିଆରେ ପ୍ରକାଶ କରୁଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ରକି ଜୈସୱାଲ୍ଙ୍କ ଏକ ଫଟୋ ସେୟାର କରି ତାଙ୍କୁ ନିଜର ଶକ୍ତି ବୋଲି ସମ୍ବୋଧନ କରିଛନ୍ତି।
ଚିତ୍ରରେ, ଏହି ଦମ୍ପତି ପରସ୍ପର ସହ ମେଳ ଖାଉଥିବା କଳା ଟି-ସାର୍ଟ ପରିଧାନ କରିଛନ୍ତି। ହୀନା ରକିଙ୍କୁ ତାଙ୍କର ଶକ୍ତି ବୋଲି କହି ଲେଖିଛନ୍ତି, "ତୁମେ ଶ୍ରେଷ୍ଠ। ଆଲ୍ଲାହା ତୁମକୁ ସର୍ବଦା ଆଶୀର୍ବାଦ କରନ୍ତୁ। ତୁମେ ମୋର ଶକ୍ତି।"
ଏକ ସପ୍ତାହ ପୂର୍ବରୁ ରକି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ହୀନା ଖାନଙ୍କ ଦୁଇଟି ଆକର୍ଷଣୀୟ ଫଟୋ ପୋଷ୍ଟ କରିଥିଲେ। ସ୍ନାପସଟରେ, ଅଭିନେତ୍ରୀ ନିଜର ଛୋଟ କେଶରେ ନଜର ଆସିଥିଲେ। କ୍ୟାପସନରେ ରକି ଲେଖିଥିଲେ, ‘‘ସେ ହସିଲେ ଆଲୋକ ଆହୁରୁ ଉଜ୍ଜ୍ବଳ ହୋଇଯାଏ। ଜୀବନର ମାନେ ବୁଝି ହୁଏ। ସେ ମୋ ସହ ଥିଲେ ମୁଁ ଅଧିକ ଦିନ ବଞ୍ଚିଯାଏ। ମୁଁ ତା’ ସହ ଥିଲେ ସେପରି ବିଷେଶ କିଛି ହୁଏନି। ତାଙ୍କ ପ୍ରିୟ ଖାଦ୍ୟ ରୋଷେଇ କରିିଛି। ମୋ ପ୍ରେମ ପାଇଁ ଆଜି ସପ୍ତାହନ୍ତ ସ୍ବତନ୍ତ୍ର।’’
ଏହାପୂର୍ବରୁ, ହିନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏକ ପୁରସ୍କାର ସୋ’ରେ ଯୋଗଦେବା ପରେ ତାଙ୍କର ପ୍ରଥମ କେମୋଥେରାପି ଅଧିବେଶନ ପାଇଁ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଭିଡିଓଟି ହିନା ରେଡ କାର୍ପେଟରେ ଫଟୋଗ୍ରାଫରଙ୍କ ପାଇଁ ପୋଜ୍ କରିବା ଏବଂ ଇଭେଣ୍ଟରେ ପୁରସ୍କାର ପାଇବା ସହିତ ଆରମ୍ଭ ହୋଇଥିଲା। ତା’ପରେ ସେ କେମୋ ଅଧିବେଶନ ପାଇଁ ଡାକ୍ତରଖାନାରେ ପ୍ରବେଶ କରୁଥିବା ନଜର ଆସିଥିଲେ।