ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଭିନେତ୍ରୀ  ଜୁନ ୨୮ ତାରିଖରେ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଥିଲେ।

Advertisment

ହିନା କର୍କଟ ରୋଗର ଷ୍ଟେଜ୍ ୩ରେ ଥିବା ଜାଣିବା ପରେ ସିନେ ଜଗତରେ ଶୋକରଛାୟ ଖେଳିଯାଇଛି । ଫ୍ୟାନ୍ସ ମଧ୍ୟ ହିନାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି । ଏହି କ୍ରମରେ ହିନା ଏଭଳି ଏକ ରୋଗରେ ପୀଡ଼ିତ ଥିବା ଜାଣିବି ଖୁବ ସାହସର ସହ ଆଗକୁ ବଢ଼ୁଛନ୍ତି। ଚିକିତ୍ସା ଜାରି ରହିଥିବା ବେଳେ ସେ ନିଜକୁ କାମରେ ବ୍ୟସ୍ତ ରଖୁଛନ୍ତି। ଯେବେ ଠାରୁ ସେ ତାଙ୍କର ଏହି ରୋଗ ବିଷୟରେ ଜାଣିଲେଣି କ୍ରମାଗତ ଭାବେ ଫ୍ୟାନ୍ସଙ୍କୁ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଆସୁଛନ୍ତି। 

ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ହିନା ଏଭଳି କଷ୍ଟଦାୟକ ଜୀବନ କେମିତି ଶୀଘ୍ର ବିତିଯାଉ ତାହାକୁ ନେଇ ଗୁହାରି କରିଛନ୍ତି। ଏଥିସହିତ ହିନା କହିଛନ୍ତି ମୋର ୫ଟି କେମୋଥେରାପି ସରିଛି। ଆହୁରି ତିନିଟି ବାକି ଅଛି। କିଛିଦିନ ଭଲରେ କଟି ଯାଉଥିବା ବେଳେ ଆଉ କିଛିଦିନ ଖୁବ ଯନ୍ତ୍ରଣା ଓ କଷ୍ଟରେ କଟୁଛି। ଆପଣମାନେ ମୋ ସ୍ବାସ୍ଥ୍ୟ କେମିତି ଅଛି ତାହା ଜାଣିବା ପାଇଁ ବ୍ୟସ୍ତ ହୋଇ ଯାଇଥାଆନ୍ତି। କିନ୍ତୁ କ’ଣ କରିବି ଆଜ୍ଞା ଚାହିଁକି ବି ମୁଁ ସେ ସମୟରେ ଆପଣମାନଙ୍କୁ ମୋ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ପାରେ ନାହିଁ।  କାରଣ କେମୋଥେରାପି କଷ୍ଟ ମୁଁ ସହି ପାରୁ ନାହିଁ।’

ଅଧିକପଢ଼ନ୍ତୁ: ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କ ବଲିଉଡ ଶିଳ୍ପକୁ ନେଇ ଚାଞ୍ଚଲ୍ୟକର ବୟାନ