ହିନ୍ଦୀ ଚଳଚ୍ଚିତ୍ର ‘ଛିଛୋରେ’ ୨୦୧୯ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇ ଜାତୀୟ ପୁରସ୍କାର ପାଇବ ବୋଲି ଘୋଷଣା ସରିଛି। ଚଳଚ୍ଚିତ୍ରର ପ୍ରେମୀଯୋଡ଼ି ଭାବେ ଦେଖିବାକୁ ମିଳିଛନ୍ତି ଦିବଂଗତ ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁର। ଦୁନିଆ ଛାଡ଼ିବା ଆଗରୁ ଏହା ବୋଧେ ଥିଲା ସୁଶାନ୍ତଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର। ଯାହା ବିଶେଷକରି ଲକ୍ଷ ଲକ୍ଷ ଯୁବ ଦର୍ଶକଙ୍କୁ ମନୋରଂଜନ ଦେଇଛି।
କରୋନା ମହାମାରୀ ଭଳି ଘଡ଼ିସନ୍ଧି ପରିସ୍ଥିତି ଆସି ନ ଥିଲେ, ହୁଏତ ପ୍ରେକ୍ଷାଳୟରେ ଏଇ ଚଳଚ୍ଚିତ୍ର ଦେଖିବା ପାଇଁ ଆଜି ମଧ୍ୟ ଦର୍ଶକଙ୍କ ଭିଡ଼ ଜମୁଥାଆନ୍ତା। କଲେଜ ପଢ଼ୁଆ ଜୀବନରେ ତରୁଣ ବା ଯୁବ ବୟସର ପୁଅଝିଅଙ୍କ ପାଇଁ ଯାହା ଘଟେ, ତାହା ସାରାଜୀବନ ସ୍ମରଣୀୟ ହେଇ ରହିଯାଏ। ଏଇ ଚଳଚ୍ଚିତ୍ରଟି କଲେଜ ଜୀବନକୁ ବହୁ ଦୂରରେ ଛାଡ଼ି ଯାଇଥିବା ଏବଂ କଲେଜ କ୍ୟାମ୍ପସ୍ରେ ପାଦ ଦେଇଥିବା; ଉଭୟ ବୟସର ଦର୍ଶକଙ୍କୁ ପ୍ରଭାବିତ କରିଛି। ଆଜି ସିନା ସୁଶାନ୍ତ ସଶରୀରେ ନାହାନ୍ତି, ହେଲେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ ଦର୍ଶକଙ୍କୁ ପାଗଳ କରୁଛି। କେହି କେହି କହୁଛନ୍ତି, କପୂର ସିନା ଉଡ଼ିଯାଇଛି ହେଲେ କନା ତ ପଡ଼ି ରହିଛି!!!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/chhichhore2.jpg)