ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଚଳଚ୍ଚିତ୍ରର ଆୟ ୧୦୦ କୋଟି ଟଙ୍କାକୁ ଅତିକ୍ରମ କରିଛି। ‘ପୁଷ୍ପା’ର ହିନ୍ଦୀ ଭର୍ସନ ହିଁ ଏହି ଆୟ କରିଛି। ୧୭ ଡିସେମ୍ବର ୨୦୨୨ରେ ‘ପୁଷ୍ପା’ ଭାରତରେ ବିଭିନ୍ନ ଭାଷାରେ ରିଲିଜ୍ ହୋଇଥିଲା। ତେବେ ‘ପୁଷ୍ପା’ର ହିନ୍ଦୀ ଭର୍ସନ୍ ପ୍ରଥମ ଦିନରେ ୩ କୋଟି ଟଙ୍କା ଆୟ କରିଥିଲା। ସେତେବେଳେ କ୍ଵଚିତ୍ ଲୋକ ଭାବିଥିଲେ ଯେ ‘ପୁଷ୍ପା’ର ହିନ୍ଦୀ ଭର୍ସନ୍ ୧୦୦ କୋଟି ଟଙ୍କା ଆୟ କରିବ। ଜାନୁଆରି ପ୍ରଥମ ସପ୍ତାହରେ ଦେଶର ବିଭିନ୍ନ ରାଜ୍ୟରେ କରୋନା କଟକଣା ଲାଗୁ ହେବା ପରେ ୧୦୦ କୋଟିର ଆଶା ମଉଳି ଯାଇଥିଲା।
ତେବେ ‘ପୁଷ୍ପା’ ସମସ୍ତଙ୍କ ଆକଳନକୁ ଭୁଲ୍ ପ୍ରମାଣିତ କରି ଆଶ୍ଚର୍ଯ୍ୟଜନକ ଭାବେ ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି।‘ପୁଷ୍ପା’ର ଏହି ସଫଳତା ପାଇଁ ଏହା ‘ବ୍ଲକବଷ୍ଟର‘ ଚଳଚ୍ଚିତ୍ରର ମାନ୍ୟତା ପାଇଛି। ପୁଣି ଥରେ ପ୍ରମାଣିତ ହୋଇଛି ଯେ ଚଳଚ୍ଚିତ୍ରର କଣ୍ଟେଣ୍ଟ୍ ହିଁ ବକ୍ସ ଅଫିସରେ ରାଜା। ‘ପୁଷ୍ପା’ ୭ ସପ୍ତାହ ହେଲା ସିନେମାହଲଗୁଡିକରେ ଚାଲିଛି। ଆଜିକାର ସମୟରେ ଗୋଟିଏ ଚଳଚ୍ଚିତ୍ର ୭ ସପ୍ତାହ ଧରି ପ୍ରଦର୍ଶିତ ହେବା ନିଶ୍ଚିତ ଭାବେ ବିରଳ କଥା। ‘ପୁଷ୍ପା’ ଭାରତରେ ଏତେମାତ୍ରାରେ ସଫଳ ହୋଇଛି ଯେ ପଲ୍ଲୀଠାରୁ ଦିଲ୍ଲୀ କେବଳ ‘ପୁଷ୍ପା’ର ହିଁ ଚର୍ଚ୍ଚା ଚାଲିଛି। ‘ପୁଷ୍ପା’ର ଗୀତ, ଡାଏଲଗରେ ସୋସିଆଲ୍ ମିଡିଆ ଛାଇଯାଇଛି। ‘ପୁଷ୍ପା’ ରେ ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ଓ ଫହାଦ୍ ଫସିଲ୍ ମୁଖ୍ୟ ଭୂମିକାରେ ଅଛନ୍ତି। ପ୍ରତ୍ୟେକ ସପ୍ତାହରେ ‘ପୁଷ୍ପା’ କେତେ ଆୟ କରିଛି ତାହାର ସବିଶେଷ ତଥ୍ୟ ନିମ୍ନରେ ଦିଆହୋଇଛି:
ପ୍ରଥମ ସପ୍ତାହ - ୨୬.୯୦ କୋଟି
ଦ୍ଵିତୀୟ ସପ୍ତାହ - ୧୯.୭୯ କୋଟି
ତୃତୀୟ ସପ୍ତାହ - ୨୪.୨୪ କୋଟି
ଚତୁର୍ଥ ସପ୍ତାହ - ୧୨.୨୬ କୋଟି
ପଞ୍ଚମ ସପ୍ତାହ - ୭.୦୮ କୋଟି
ଷଷ୍ଠ ସପ୍ତାହ - ୬.୧୭ କୋଟି
ସପ୍ତମ ସପ୍ତାହ - ୪.୪୧ କୋଟି
---------------------------
ମୋଟ – ୧୦୦.୮୫ କୋଟି
(ଏହା କେବଳ ହିନ୍ଦୀ ଭାଷା ଓ ଭାରତରେ ରିଲିଜ୍ ହୋଇଥିବା ସିନେମା ହଲଗୁଡ଼ିକର ଆୟର ବିବରଣୀ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Pushpa.jpg)