୨୦୧୮ରେ ଏଭଳି କେତୋଟି ହିନ୍ଦୀ ସିନେମା ରିଲିଜ୍ ହେବ, ଯାହାକୁ ନେଇ ଏବେଠୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ଏହି ସବୁ ଫିଲ୍ମ ସଂପର୍କରେ ସଂକ୍ଷିପ୍ତ ସୂଚନା ।
୧- ଠଗ୍ସ ଅଫ୍ ହିନ୍ଦୋସ୍ତାନ୍ – ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନ ଓ ଅମୀର ଖାନ୍ଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ ଏହି ଫିଲ୍ମରେ । ବିଜୟ କୃଷ୍ଣ ଆଚର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାଟ୍ରିନା କୈଫ୍ ଏବଂ ଫାତିମା ସାନା ଶେଖ୍ ମଧ୍ୟ ଅଭିନୟ କରୁଛନ୍ତି । ଏହା ୨୦୧୮ର ଅନ୍ୟତମ ଆକର୍ଷଣ ହେବ ।
୨- ସଂଜୟ ଦତ୍ତ ବାୟୋପିକ୍ – ୨୦୧୮ର ଏକ ବହୁ ପ୍ରତୀକ୍ଷିତ ହେଲା ‘ ସଂଜୟ ଦତ୍ତ ବାୟୋପିକ୍ ’ । ସଂଜୟ ଦତ୍ତଙ୍କ ଜୀବନୀ ଆଧାରିତ ଏହି ଫିଲ୍ମରେ ଟାଇଟଲ ରୋଲରେ ଅଛନ୍ତି ରଣବୀର କପୁର । ଏତଦ୍ବ୍ୟତୀତ ଅନୁଷ୍କା ଶର୍ମା, ଦୀୟା ମିର୍ଜା ଓ ସୋନମ୍ କପୁର ଅଛନ୍ତି ଅନ୍ୟାନ୍ୟ ଭୂମିକାରେ । ରାଜ କୁମାର ହିରାନୀ ଏହାର ନିର୍ଦ୍ଦେଶକ ।

୩ -‘ପ୍ୟାଡ୍ମ୍ୟାନ ’ – ‘ ଟଲଲେଟ୍ ଏକ ପ୍ରେମ୍ କଥା’ ପରେ ପୁଣି ଏକ ସାମାଜିକ ସମସ୍ୟା ସମ୍ବଳିିତ ସିନେମାରେ ନଜର ଆସିବେ ଅକ୍ଷୟ କୁମାର । ଏହାର ଶୀର୍ଷକ ହେଲା ‘ପ୍ୟାଡ୍ମ୍ୟାନ ’ । ଏହାର କଥାବସ୍ତୁ ଅରୁଣା ଚନ୍ଦମ୍ ମୁରୁଗାନାଥନ୍ଙ୍କ ଜୀବନୀ ଉପରେ ଆଧାରିତ , ଯିଏ କି ଅଳ୍ପ ଦରରେ ସାନିଟାରି ନାପ୍କିନ୍ ପ୍ରସ୍ତୁତ କରି ମହିଳାଙ୍କୁ ଦେଇ ଖ୍ୟାତି ଅର୍ଜନ କରିଥିଲେ । ଆର୍.ବାଲ୍କୀ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଟ୍ଵିଙ୍କଲ ଖାନ୍ନା ଓ ଗୌରୀ ସିନ୍ଦେ ଏହାର ପ୍ରଯୋଜିକା । ଏହି ସିନେମାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଦର୍ଶକ ।

୪-କେଦାରନାଥ୍ – ଏହା ସାରା ଅଲ୍ଲୀ ଖାନଙ୍କର ଡେବ୍ୟୁ ସିନେମା ହୋଇଥିବା ହେତୁ ବେଶ୍ ଚର୍ଚ୍ଚାରେ ରହିଛି । ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ହିରୋ ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତ ।
୫- ଗୋଲଡ୍ – ପ୍ରଖ୍ୟାତ ନିର୍ଦ୍ଦେଶିକା ରୀମା କାଗ୍ତିଙ୍କ ‘ ଗୋଲଡ୍’ ଏକ ସ୍ପୋର୍ଟସ ଡ୍ରାମା । ୧୯୪୮ ମସିହାରେ ଭାରତର ଅଲମ୍ପିକ୍ସରେ ପ୍ରଥମ ସୁବର୍ଣ୍ଣ ପଦକ ହାସଲ ପ୍ରସଙ୍ଗ ଉପରେ ଏହାର କାହାଣୀ ଆଧାରିତ । ଏହି ସିନେମାରେ ଅକ୍ଷୟ କୁମାର ଅଛନ୍ତି ଲିଡ୍ ରୋଲ୍ରେ ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ଡେବ୍ୟୁ କରୁଛନ୍ତି ଟେଲି ଷ୍ଟାର୍ ମୌନୀ ରୟ । ଏଥିରେ ଅମିତ୍ ସଧ୍ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ।
୬ -ମଣି କର୍ଣ୍ଣିକା -ଦ କୁଇନ୍ ଅଫ୍ ଝାନ୍ସୀ-ଏଥିରେ କଙ୍ଗନା ରାନାଓ୍ଵାତ୍ ଥିବା ଯୋଗୁଁ ଚର୍ଚ୍ଚାରେ ରହିଛି।। ଏହା ଛଡା ଜଣାଶୁଣା ଟେଲି ତାରକା ଅଙ୍କିତା ଲୋଖଣ୍ଡେ ବି ଏଥିରେ ଡେବ୍ୟୁ କରୁଛନ୍ତି । ଅଙ୍କିତାଙ୍କୁ ଏଥିରେ ଝଙ୍କାର ବାବର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

୭-ଚନ୍ଦା ମାମା ଦୂର୍ କେ- ଏହି ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ୍ ଜଣେ ମହାକାଶଚାରୀ ଭୂମିକାରେ ଅଛନ୍ତି । ଏତଦ୍ବ୍ୟତୀତ ନଓ୍ଵାଜୁସିଦ୍ଦିନ ସିଦ୍ଦିକୀ ଓ ଆର୍ ମାଧବନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ଏଥିରେ ।
Terms – Privacy