ଭୁବନେଶ୍ବର: ‘ମମି ଆମାକେ ଭୂତର କାଚ୍ଛେ ରକ୍ଷା କର’ବଡ଼ ପାଟିରେ ଚିତ୍କାର କରି ନାୟିକା ଦୌଡ଼ୁଥିଲେ ଘନ ଜଙ୍ଗଲ ଭିତରକୁ। ଏଣେ ପଛରୁ ସେତିକି ଜୋର୍‌ ଚିତ୍କାର କରି ନାୟକ କହୁଥିଲେ, ‘ଆରେ ଅମ୍ରିତା ଶୁଣ ଶୁଣ’। ହେଲେ ସିଏ କି ଶୁଣୁଛନ୍ତି। ଶୁଣିଲେ ବି କୋଉ ଆମ ଭାଷା ବୁଝିପାରୁଛନ୍ତି। ସୁଟିଂ ସେଟ୍‌ରେ ଥିବା ସବୁ କଳାକାର ଓ ଟେକ୍‌ନିସିଆନ୍‌ ଆମ ଦୁହିିଁଙ୍କ ଚିତ୍କାର ଶୁଣି ଦୌଡ଼ିଲେ ଜଙ୍ଗଲଆଡ଼କୁ। ଏହାଭିତରେ ହେୟାର୍‌ ଡ୍ରେସର୍‌ ମାଡାମ୍‌ ଜଣଙ୍କର ହୋସ୍‌ ଉଡ଼ିଯାଇଥିଲା। ସିଏ ବି ଭୂତ ଭୟରେ ଘାଇଲା ହେଇଯାଇଥିଲେ।

Advertisment

publive-image
ଘଟଣା ଥିଲା ଏମିତି- ହଁ, ସେଦିନ ସନ୍ଧ୍ୟାବେଳେ ସୁଟିଂ ଚାଲିଥାଏ କଳିଙ୍ଗ ଷ୍ଟୁଡ଼ିଓରେ। ନାୟକ ହୀରାଲାଲ୍‌ ଓରଫ୍‌ ଅମର ଭୂତ ହେଇ ନାୟିକା ଅମ୍ରିତାଙ୍କୁ ଡରେଇବାର ଥାଏ। ସୁଟିଂ ଚାଲିଥାଏ, କଟ୍‌ ଇଟ୍‌ ଆଉ ଓକେ କହିବା ପରେ ଅମରଙ୍କୁ କୁହାଯାଇଥାଏ ତୁମେ ପଛପାଖକୁ ପଳେଇବ। ଠିକ୍‌ ସେତିକି ବେଳେ ନାୟିକା ଜଣକ ପଛ ପାଖରେ ଥିବା ଗ୍ରିନ୍‌ ରୁମ୍‌କୁ ଯାଇଥାନ୍ତି। ଭୂତ ଗେଟ୍‌ଅପ୍‌ରେ ଥିବା ଅମର ଯେତେବେଳେ ପଛପାଖକୁ ଦୌଡ଼ିଗଲା ତାକୁ ଦେଖି ଅମ୍ରିତା ଖୁବ୍ ଡରିଯାଇଥିଲା। ଆଉ ଚିତ୍କାର କରି ଜଙ୍ଗଲ ଭିତରକୁ ଦୌଡ଼ିଥଲେ। ଏଇ ଭୂତ ପାଇଁ ସେଦିନ ତିନି ଘଣ୍ଟା କାଳ ସୁଟିଂରେ ବାଧା ପହଞ୍ଚିଥିଲା।
ଲୋକେସନ୍‌ ଥିଲା ଜୟଦେବ ବାଟିକା। ସେଠାରେ ତିଆରି ହେଇଥିବା ଆର୍ଟିଫିସିଆଲ୍‌ ଓ୍ଵାଟର ଲେକ୍‌ ଓ ତା’ ଉପରେ ଥିବା ପୋଲ। ପୋଲ ଉପରେ ହିରୋ ହିରୋଇନ୍‌କୁ ଛାତି ଉପରକୁ ଉଠାଇ ଉପରକୁ ଚାହିିଁବ। ଡ୍ରୋନ୍‌ କ୍ୟାମେରାରେ ଚିତ୍ର ଉତ୍ତୋଳନ ହେଉଥାଏ। ନିର୍ଦ୍ଦେଶକ ଆକ୍ସନ୍‌ ଓ ରୋଲ୍‌ଅନ୍‌ କହିବା ମାତ୍ରେ ହିରୋ ଅମର ହିରୋଇନ୍‌ ଅମ୍ରିତାଙ୍କୁ ଧରି ଘୂରାଇବା ଆରମ୍ଭ କଲେ। ଏତେ ସମୟ ଧରି ଘୂରୁଥିଲେ ଯେ ଏହାଭିତରେ ତାଙ୍କ ମୁଣ୍ଡ ଘୂରେଇ ଦେଇଥିଲା। ଶେଷରେ ପୋଲର ବାଡ଼ା ଭାଙ୍ଗି ହିରୋଇନ୍‌ଙ୍କୁ ଧରି ପାଣି ଭିତରକୁ ଗଳିପଡ଼ିଲେ।

Image result for hiralal motilal odia movie
ମୁନ୍‌ ଟିଭି ନିବେଦିତ ‘ହୀରାଲାଲ୍‌ ମୋତିଲାଲ୍‌’ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା। ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ଗଡ଼ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।