ପ୍ରଥମ ଫିଲ୍ମ ରିଲିଜ୍‌ ହେବା ପରେ ରିତିକ୍‌ଙ୍କୁ ମିଳିଥିଲା ୩୦ହଜାର ବିବାହ ପ୍ରସ୍ତାବ,ସମସ୍ତଙ୍କ ହୃଦୟ ଭାଙ୍ଗି ତୁରନ୍ତ ନିଜ ପ୍ରେମିକା ସୁଜାନେଙ୍କୁ କରିଥିଲେ ବିବାହ

ମୁମ୍ବାଇ : ଜାନୁଆରୀ ୧୦,୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ର ଡ୍ୟାନ୍‌ସିଂ ଷ୍ଟାର ଅଭିନେତା ରିତିକ୍‌ ରୋଶନ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଥିବା ବେଳେ ଅତୀତରେ ତାଙ୍କ ସହ ଘଟିଥିବା କିଛି ଘଟଣା ବିଷୟରେ ଆମେ ଜଣାଇବୁ । ୨୦୦୦ମସିହାରେ ସେ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ ଦ୍ୱାରା ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କର ଅଭିନୟ ଏବଂ ରୋମାଣ୍ଟିକ୍‌ ଲୁକ୍‌ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏହା ସହ ରିଲିଜ୍‌ ପରେ ପରେ ତାଙ୍କ ପାଖକୁ ୩୦ହଜାର ବିବାହ ପ୍ରସ୍ତାବ ଆସିଥିଲା ।

India TV

କିନ୍ତୁ ୩୦ହଜାରଟି ହୃଦୟ ଭାଙ୍ଗି ରିତିକ୍‌ ଶେଷରେ ଡିସେମ୍ବର ୨୦,୨୦୦୦ରେ ନିଜ ପ୍ରେମିକା ସୁଜାନେଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଦୁଇଟି ପୁଅ ଥିବା ବେଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି । କିନ୍ତୁ ନିଜ ପିଲାମାନଙ୍କୁ ଏକା ଅନୁଭବ ନ କରାଇବା ପାଇଁ ଦୁହେଁ ଏବେ ବି ଏକା ସାଙ୍ଗରେ ନିଜ ପିଲାମାନଙ୍କ ସହ ସମୟ ବିତାଉଛନ୍ତି । ପ୍ରଥମ ଫିଲ୍ମକୁ ସମସ୍ତେ ପସନ୍ଦ କରିଥିଲେ ମଧ୍ୟ ରିତିକ୍‌ ବଲିଉଡ୍‌ରେ ଆଗକୁ ନିଜର କ୍ୟାରିୟର ଗଢ଼ିବା ପାଇଁ ମନା କରି ଦେଇଥିଲେ । କାରଣ ପ୍ରଥମ ଫିଲ୍ମ ପରେ ତାଙ୍କ ବାପା ରାକେଶ ରୋଶନଙ୍କ ଉପରେ ମାଫିଆ ଆକ୍ରମଣ ହେବାରୁ ସେ ବଲିଉଡ୍‌ ଛାଡ଼ିବା ପାଇଁ ଭାବିଥିଲେ । କିନ୍ତୁ ପରେ ସେ ନିଜର ନିଷ୍ପତ୍ତିି ବଦଳାଇଥିଲେ ।

ସମ୍ବନ୍ଧିତ ଖବର