୨୦୧୭ର କେଉଁ ହିଟ୍‌ ସିନେମା କେତେ ଆୟ କରିଛି?

୨୦୧୭ ବର୍ଷଟି ବଲିଉଡ଼୍‍ ପାଇଁ ବିଶେଷ ଶୁଭଙ୍କର ମନେ ହେଉ ନାହିଁ।ଇତିମଧ୍ୟରେ ବର୍ଷର ପ୍ରଥମ ନଅ ମାସ ବିତିଯାଇଛି।ଆସନ୍ତୁ ଏହି ସମୟ ଭିତରେ କେଉଁ ସବୁ ଫିଲ୍ମ ସୁପରହିଟ୍‌ ଓ ହିଟ୍‌ ହୋଇଛି।

୨୦୧୭ର ସୁପରହିଟ୍‌ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ପ୍ରଖ୍ୟାତ ନିର୍ମାତା ରାକେଶ ରୋଶନ୍‌ ଓ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ରିତିକ୍‌ ରୋଶନ୍‌ ଓ ୟାମୀ ଗୌତମ୍‌ ଷ୍ଟାାରର୍‌ ମୁଭି ‘କାବିଲ୍‌’। ୬୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ହିନ୍ଦୀ ସିନେମା ବକ୍ସ ଅଫିସ୍‌ରେ ଆୟ କରିଛି ୧୨୬ କୋଟି ୮୫ ଲକ୍ଷ ଟଙ୍କା।ଠିକ୍‌ ସେହିପରି ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ରଇସ୍‌’ବି ସାମିଲ୍‌ ହୋଇଛି ସୁପର୍‌ହିଟ୍‌ ତାଲିକାରେ।ଏହାର ବଜେଟ୍‌ ୮୫ କୋଟି ,ହେଲେ ବକ୍ସ ଅଫିସ୍‌ କଲେକ୍‌ସନ୍‌ ହୋଇଥିଲା ୧୩୯ କୋଟି ଟଙ୍କା।

ଅକ୍ଷୟ କୁମାରଙ୍କ ଅଭିନୀତ ଦୁଇଟି ଫିଲ୍ମ ୨୦୧୭ରେ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ଘୋଷିତ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା‘ଜଲି ଏଲ୍‌ ଏଲ୍‌ ବି-୨’ ଓ ଅନ୍ୟଟି ‘ଟଏଲଟ୍‌ ଏକ୍‌ ପ୍ରେମ କଥା’।‘ଜଲି ଏଲ୍‌ ଏଲ୍‌ ବି-୨’ର ବଜେଟ ଥିଲା ମାତ୍ର ୪୫ କୋଟି ଓ ଏହାର ଆୟ କରିଥିଲା।୧୧୬ କୋଟି ୯୨ ଲକ୍ଷ ଟଙ୍କା। ଅପରପକ୍ଷରେ ମାତ୍ର ୪୦ କୋଟି ବଜେଟ୍‌ରେ ନିର୍ମିତ ‘ଟଏଲଟ୍‌ ଏକ୍‌ ପ୍ରେମ କଥା’୧୩୩ କୋଟି ୬୦ ଲକ୍ଷ ଟଙ୍କା ଆୟ କରିଛି।
ବଲିଉଡ଼୍‍ର ହ୍ୟାଣ୍ଡ୍‌ସମ୍‌ ହିରୋ ବରୁଣ ଧଓ୍ଵନଙ୍କର ଦୁଇଟି ଫିଲ୍ମ ବି ସୁପର୍‌ହିଟ୍‌ ଶ୍ରେଣୀଭୁକ୍ତ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା ମାତ୍ର୪୨ କୋଟି ବଜେଟ୍‌ରେ ନିର୍ମିତ ‘ବଦ୍ରିନାଥ୍‌ କି ଦୁଲ୍‌ହନିଆ’।ଏହା ୧୧୫ କୋଟି ୩୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଠିକ୍‌ ସେହିପରି ବରୁଣଙ୍କ ଅନ୍ୟ ଏକ ମୁଭି ‘ଜୁଡ଼୍‍ଓ୍ଵା-୨’ ବି ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି। ୮୦ କୋଟି ବଜେଟ୍‌ରେ ନିର୍ମିତ ଏହି ସିନେମା ମଧ୍ୟ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିବ ବୋଲି କୁହାଯାଉଛି।

ଅନ୍ୟତମ ଜଣାଶୁଣା ନାୟକ ଆୟୁଷ୍ମାନ୍‌ ଖୁରାନାଙ୍କର ଦୁଇଟି ହିନ୍ଦୀ ସିନେମା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ଏଗୁଡ଼ିକ ହେଲା ‘ଶୁଭ ମଙ୍ଗଲ ସାବଧାନ୍‌’ ଓ ‘ବରେଲିକି ବାର୍ଫି’। ପ୍ରଥମଟିର ବଜେଟ୍‌ ଥିଲା ୨୫ କୋଟି ଓ ବକ୍ସ ଅଫିସ୍‌ର କଲେକ୍‌ସନ୍‌ ହେଲା ୪୦ କୋଟି ୯୬ ଲକ୍ଷ ଟଙ୍କା ।୨୦ କୋଟି ବଜେଟ୍‌ରେ ନିର୍ମିତ ‘ବରେଲିକି ବାର୍ଫି’ ୩୦ କୋଟି ୯୩ ଲକ୍ଷ ଟଙ୍କାାର ବ୍ୟବସାୟ କରିଛି।ମାତ୍ର ୬ କୋଟି ବଜେଟ୍‌ରେ ନିର୍ମିତ‘ଲିପ୍‌ଷ୍ଟିକ୍‌ ଆଣ୍ଡର ମାଇଁ ବୁର୍ଖା’ମଧ୍ୟ ୧୮ କୋଟି ୫ ଲକ୍ଷ ଟଙ୍କାର ଆୟ କରି ସୁପର୍‌ହିଟ୍‌ ଶ୍ରେଣୀଭୁକ୍ତ ହୋଇଛି।

ଅପରପକ୍ଷରେ ‘ହିନ୍ଦୀ ମିଡ଼ିଅମ୍‌’ବି ସୁପର୍‌ହିଟ୍‌ ହୋଇଛି। ୨୩ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ କଲେକ୍‌ସନ୍‌ କରିଛି ୬୨ କୋଟି ୪୧ ଲକ୍ଷ ଟଙ୍କା। ବିଦ୍ୟା ବାଲାନ୍‌ଙ୍କ ଅଭିନୀତ ‘ବେଗମ୍‌ ଜାନ୍‌’ ୧୯ କୋଟି ବଜେଟ୍‌ରେ ନିର୍ମିତ ହୋଇଥିଲା,ହେଲେ ବକ୍ସ ଅଫିସ୍‌ରେ ଏହାର ରୋଜଗାର ହେଲା ୨୦ କୋଟି ୬୮ ଲକ୍ଷ ଟଙ୍କା।
ତେବେ ଏସ୍‌ ଏସ୍‌ ରାଜା ମୌଲିଙ୍କ ନିର୍ଦ୍ଦେଶିତ ‘ବାହୁବଳୀ-୨’ ମୋଟ୍‌ ୫୧୧କୋଟି ୩୦ ଲକ୍ଷ ଟଙ୍କାର ଆୟ କରି ଏ ବର୍ଷର ସବୁଠୁଁ ବଡ଼ ସୁପର୍‌ହିଟ୍‌ ମୁଭିର ମାନ୍ୟତା ପାଇଛି। ତେବେ ଅଜୟ ଦେବଗନ୍‌ଙ୍କ ଅଭିନୀତ ‘ବାଦ୍‌ଶାହୋ’ମଧ୍ୟ ହିଟ୍‌ ତାଲିକା ଭୁକ୍ତ ହୋଇଛି।

ସମ୍ବନ୍ଧିତ ଖବର