ଶ୍ରୀଦେବୀଙ୍କୁ ସମ୍ମାନ ଦେଇ ‘ଗ୍ରୀନ୍‌ ଏକର୍ସ’ ପକ୍ଷରୁ ହୋଲି ପାଳନ ବନ୍ଦ, ଶେଷଦର୍ଶନ ପାଇଁ ରାଜ୍ୟ ବାହାରୁ ଧାଇଁଲେ ପ୍ରଶଂସକ

ମୁମ୍ବାଇ: ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ସୂଚନା ହସ୍ତଗତ ହୋଇଛି। ଶ୍ରୀଦେବୀଙ୍କୁ ଶେଷ ଦର୍ଶନ କରିବା ନିମନ୍ତେ ମୁମ୍ବାଇ ସେଲିବ୍ରେସନ୍‌ ସ୍ପୋର୍ଶ କ୍ଲବ୍‌ରେ ଏବେ ଅଗଣତି ଲୋକ ଭିଡ଼। ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଜଣେ ପରେ ଜଣେ ବଲିଉଡ୍‌ କଳାକାର ସେଲିବ୍ରେସନ୍‌ ସ୍ପୋର୍ସ କ୍ଲବ୍‌ରେ ପହଞ୍ଚିବାରେ ଲାଗିିଛନ୍ତି।


କେବଳ ବଲିଉଡ୍‌ କଳାକାର କିମ୍ବା ମୁମ୍ବାଇ ଲୋକେ ନୁହଁନ୍ତି, ସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନ୍ୟ ରାଜ୍ୟରୁ ବି ପ୍ରଶଂସକଙ୍କ ଭିଡ଼ ଜମିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚେନ୍ନାଇ ଏବଂ କର୍ଣ୍ଣାଟକରୁ ବି ପ୍ରଶଂସକ ଧାଇ ଆସିଛନ୍ତି ଚାନ୍ଦ୍‌ନୀଙ୍କ ଶେଷ ଦର୍ଶନ କରିବାକୁ।  ସକାଳ ୬ଟାରୁ ଶ୍ରୀଦେବୀଙ୍କ ଦର୍ଶନ ପାଇଁ ପ୍ରଶଂସକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି। ପୂର୍ବରୁ ପହଞ୍ଚିଥିବା କଳାକାରମାନଙ୍କୁ ଛାଡ଼ିବା ପରେ ଇତି ମଧ୍ୟରେ ଜୟପ୍ରଦା, ଜୟା ବଚ୍ଚନ ଏବଂ ହେମା ମାଳିନୀ ମଧ୍ୟ ଆସି ଶ୍ରୀଦେବୀଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି।

ଶ୍ରୀଦେବୀଙ୍କ ଶୋକରେ ଚଳିତ ବର୍ଷ ଶ୍ରୀଦେବୀ ରହୁଥିବା ସୋସାଇଟ୍‌ ‘ଗ୍ରୀନ୍‌ ଆକର୍ସ’ ପକ୍ଷରୁ ହୋଲି ପାଳନ ହେବ ନାହିଁ ବୋଲି ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨ ତାରିଖ, ଶୁକ୍ରବାଦ ଦିନ ଗ୍ରୀନ୍‌ ଆକର୍ସ କୋ-ଅପରେଟିଭ୍‌ ହାଉସିଂ ସୋସାଇଟି ଲିମିଟେଡ୍‌ ବଡ଼ ଧୁମ୍‌ଧାମରେ ହୋଲି ଆୟୋଜନ କରିଥିଲା। ମାତ୍ର ବଲିଉଡ୍‌ର ଲେଡି ସୁପର୍‌ଷ୍ଟାର୍‌ଙ୍କ ମୃତ୍ୟୁ ଶୋକରେ ସୋସାଇଟ୍‌ ପକ୍ଷରୁ ହୋଲି ପାଳନ ବନ୍ଦ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର