ଅମିତାଭ ବଚ୍ଚନ ଓ ଶାହରୁଖ୍ ଖାନଙ୍କ ଏହି ହୋଲି ଦୃଶ୍ୟକୁ ଭୁଲି ପାରିବେନି ସିନେପ୍ରେମୀ

ମୁମ୍ବାଇ: ରଙ୍ଗର ଉତ୍ସବ ହେଉଛି ‘ହୋଲି’। ବଡ଼ ପରଦାରେ ବି ନିର୍ଦେଶକମାନେ ହୋଲିର ମାହୋଲ୍‌ ତିଆରି କରି ଦର୍ଶକଙ୍କର ମନୋରଞ୍ଜନ କରିବାରେ ସଫଳ ହୋଇଛନ୍ତି । କେତେବେଳେ ନାୟକ-ନାୟିକାଙ୍କ ପ୍ରେମକୁ ଦେଖାଇବା ଲାଗି ଫିଲ୍ମରେ ହୋଲି ଦୃଶ୍ୟ ରଖାଯାଇଛି ତ, ପୁଣି କେତେବେଳେ ହୋଲି ସମୟରେ ଖଳନାୟକଙ୍କର କାରନାମା ଦେଖାଇଛନ୍ତି ।
ଏହି କ୍ରମରେ ଜଣାଶୁଣା ନିର୍ମାତା-ନିର୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସୁପରହିଟ୍‌ ଫିଲ୍ମ ‘ମୋହବତେଁ’ରେ ଅମିତାଭ ବଚ୍ଚନଙ୍କ ମୁଣ୍ଡରେ ଶାହରୁଖ୍‌ ଖାନ୍‌ ହୋଲିର ଫଗୁ ଦେଉଥିବା ଏକ ଅତ୍ୟନ୍ତ ଭାବପ୍ରବଣାତ୍ମକ ଦୃଶ୍ୟ ବୋଲି ବିବେଚନା କରାଯାଏ । କାହାଣୀ ଅନୁଯାୟୀ ଖୁବ୍‌ ଶୃଙ୍ଖଳିତ ଅମିତାଭ ବଚ୍ଚନ ତାଙ୍କର ଗୁରୁକୁଳରେ ପିଲାମାନଙ୍କୁ ହୋଲି ପାଇଁ କୌଣସି ବର୍ଷ ଅନୁମତି ଦିଅନ୍ତି ନାହିଁ । ହେଲେ ଯେତେବେଳେ ଶାହରୁଖ୍‌ ପିଲାମାନଙ୍କର ଇଚ୍ଛା ଯେ ସେମାନେ ଏଥର ହୋଲି ମନାଇବେ ବୋଲି ଅମିତାଭଙ୍କୁ କହିଥିଲେ, ସେତେବେଳେ ବିଗ୍‌ ବି ଉତକ୍ଷିପ୍ତ ହୋଇ କହିଥିଲେ ଯେ, ଯେଉଁମାନଙ୍କର ଇଚ୍ଛା, ସେମାନେ ଗୁରୁକୁଳ ବାହାରେ ଯାଇ ହୋଲି ଖେଳିପାରିବେ । କିନ୍ତୁ ଶାହରୁଖଙ୍କ ହାତରୁ ଫଗୁ ନେଇ ‘ହୋଲି’ର ମର୍ଯ୍ୟାଦାକୁ ସମ୍ମାନ ଦେଇଥିଲେ ଅମିତାଭ ବଚ୍ଚନ ।

Image result for amitabh-shahrukh holi in mohabbatein
image source-youtube

ସୂଚନାଯୋଗ୍ୟ, ଏହି ସିନେମାରେ ଅମିତାଭ ବଚ୍ଚନ, ଶାହରୁଖ୍ ଖାନଙ୍କ ବ୍ୟତୀତ ଐଶ୍ବର୍ଯ୍ୟା ରାୟ, ଜିମ୍ମି ଶେରଗିଲ୍,ଯୁଗଳ ହଂସରାଜ, ଉଦୟ ଚୋପ୍ରା, ସମିତା ସେଟ୍ଟି, ପ୍ରୀତି ଜାଙ୍ଗିଆନୀ ଓ କିମ୍ ଶର୍ମା ପ୍ରମୁଖ ଅଭିନୟ କରିଥିଲେ। ଯତିନ-ଲଳିତ ଏହାର ସଙ୍ଗୀତ ନିର୍ଦେଶକ।

ସମ୍ବନ୍ଧିତ ଖବର