ଚେନ୍ନାଇର ଜଳ ସଂକଟକୁ ନେଇ ଇନ୍ଷ୍ଟାରେ ନିଜ ଚିନ୍ତା ଜାହିର କଲେ ହଲିଉଡ୍ ଅଭିନେତା, କହିଲେ; ଚେନ୍ନାଇକୁ ବର୍ଷା ହିଁ ବଞ୍ଚାଇ ପାରିବ
ଚେନ୍ନାଇ : ହଲିଉଡ୍ ସୁପରଷ୍ଟାର ଲିଓନାର୍ଡୋ ଡି କେପ୍ରିୟୋ ଅନେକ ସମୟରେ ପରିବେଶ ଜନିତ ସମସ୍ୟାକୁ ନେଇ ନିଜର ସ୍ୱର ଉତ୍ତୋଳନ କରିଥାନ୍ତି । ବର୍ତ୍ତମାନ ଭାରତରେ ଜଳ ସଂକଟ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଏ ନେଇ ଟୁଇଟ୍ କରି ନିଜର ଚିନ୍ତା ଜାହିର କରିଛନ୍ତି ଲିଓନାର୍ଡୋ । ଖାସ୍ କରି ଚେନ୍ନାଇର ପରିସ୍ଥିତି ଦେଖି ସେ ସହରକୁ କେବଳ ବର୍ଷା ହିଁ ବଞ୍ଚାଇ ପାରିବ ବୋଲି କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଲିଓନାର୍ଡୋ ଇନ୍ଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପାଖାପାଖି ଶୁଖି ଯାଇଥିବା କୂଅରୁ ମହିଳାମାନେ ପାଣି କାଢ଼ୁଥିବା ଦେଖା ଯାଇଛି । ଫଟୋକୁ ସେୟାର କରି କ୍ୟାପ୍ସନରେ, କେବଳ ବର୍ଷା ହିଁ ଚେନ୍ନାଇକୁ ଏଭଳି ପରିସ୍ଥିତିରୁ ବଞ୍ଚାଇ ପାରିବ । କୂଅ ସଂପୂର୍ଣ୍ଣ ଶୁଖି ଯାଇଥିବା ବେଳେ ସହରର ଲୋକ ବିନା ପାଣିରେ ବଞ୍ଚୁଛନ୍ତି । ଲୋକମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ପାଣି ଟାଙ୍କି ଆଗରେ ଘଣ୍ଟା ଘଣ୍ଟା ଲାଇନ ଲଗାଇ ଠିଆ ହେବାକୁ ପଡ଼ୁଛି । ପାଣି ଅଭାବ ପାଇଁ ଅନେକ ହୋଟେଲ ଏବଂ ରେସ୍ତୋରାଁକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ପରିସ୍ଥିତିକୁ ଦେଖି ଏବେ ଲୋକେ ବର୍ଷାକୁ ଚାତକ ପରି ଅନାଇ ବସିଛନ୍ତି ବୋଲି ଲେଖିଛନ୍ତି ଲିଓନାର୍ଡୋ ।