ଗଙ୍ଗାରେ ସୁଟିଂ କରୁଥିବା ସମୟରେ ଭାସି ଯାଉଥିଲେ ଏହି ଅଭିନେତ୍ରୀ, ଅଳ୍ପକେ ବର୍ତ୍ତିଲେ ଏପରି

ନୂଆଦିଲ୍ଲୀ: ହଲିଉଡ ଅଭିନେତ୍ରୀ ଗଙ୍ଗାରେ ବୁଡିବାରୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହଲିଉଡ୍‌ ଅଭିନେତ୍ରୀ ଟେମି ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ସିନେମା ‘ଦ ଲେଜେଣ୍ଡ ଅଫ ପିକାକ’ର ସୁଟିଂ ବନାରସରେ କରୁଥିଲେ। ସିନେମାର ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଗଙ୍ଗା ଭିତରେ କରିବାର ଥିଲା। ନିର୍ଦ୍ଦେଶକ, କ୍ୟାମେରା ମ୍ୟାନ୍‌ ଏହି ଦୃଶ୍ୟକୁ କିପରି ଜୀବନ୍ତ ଭାବେ ପରଦାରେ ତୋଳି ପାରିବେ ସେନେଇ ବ୍ୟସ୍ତରେ ଥାଆନ୍ତି। ଏହି ସମୟରେ ଅତୁଲଙ୍କ ଆଖି ପଡ଼ିଲା ଅଭିନେତ୍ରୀ ଟେମିଙ୍କ ଉପରେ କି ସେ ପାଣିରେ ବୁଡି ଯାଉଛନ୍ତି । ତୁରନ୍ତ ତାଙ୍କ ସୁଟିଂ ସେଟରେ ଥିବା ସଦସ୍ୟଙ୍କୁ କହି ଅଭିନେତ୍ରୀଙ୍କୁ ପାଣି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ।

ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ କହିବାନୁସାରେ, ଆସିଷ୍ଟାଣ୍ଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ରକ୍ଷା ପାଇଯାଇଛି। ବଲିଉଡ୍‌-ହଲିଉଡ୍‌ କଳାକାରଙ୍କ ସହିତ ଏହି ସିନେମାର ୪୫ପ୍ରତିଶତ ସୁଟିଂ ସରିଯାଇଛି। ଆମେରିକା ଓ ଟର୍କିରେ ଏହାର ବାକି ସୁଟିଂ ହେବ। ଚଳିତବର୍ଷ ଡିସେମ୍ବରରେ ଏହି ସିନେମା ରିଲିଜ ହେବାର ଯୋଜନା ରହିଛି।

ନିର୍ଦ୍ଦେଶକ ଅତୁଲ ସିନେମା ‘ଦ ଲେଜେଣ୍ଡ ଅଫ ପିକାକ’ରୁ ହଲିଉଡ୍‌ରେ ନିର୍ଦ୍ଦେଶନା ଜୀବନ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର