ଭୁବନେଶ୍ବର: ‘ଆଗକୁ ମୁଁ ଭଲ ସିନେମା କରିବି ଏବଂ ଭଲ ବ୍ୟବସାୟ କରିବି। ଆମ ସିନେମାରେ ଭଲ ବ୍ୟବସାୟ ହେଉନାହି। ଏଥି ପାଇଁ କିଛି ‌ଲୋକ ଦାୟୀ। ଯୁବପିଢ଼ିଙ୍କ ପାଇଁ ଓଲିଉଡ୍‌କୁ ଅପ୍‌ଡେଟ୍‌ ହେବାକୁ ପଡ଼ିବ। ଦଶହରା ଓ ରଜ ସମୟରେ ଯେଉଁ ଚଳଚ୍ଚିତ୍ର ରିଲିଜ ହେଉଛି, ସେହି ସମୟରେ ସିନେମା ହଲ୍‌ରେ ଦର୍ଶକଙ୍କର ଭିଡ ହେଉଛି। ବର୍ଷର ଅନ୍ୟ ସମୟରେ ଚଳଚ୍ଚିତ୍ର ରିଲିଜ ହେଲେ ଦର୍ଶକଙ୍କ ଭିଡ ରହୁନାହିଁ। ଚଳଚ୍ଚିତ୍ର ‘ଦମନ’ ଓ ‘କର୍ମ’ ଭଳି ସିନେମା ପ୍ରସ୍ତୁତ କରିବାକୁ ‌ହେବ। ଏହା ପରେ ଯାଇ ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କର ଆକର୍ଷଣୀୟ ବଢ଼ିବ ଏବଂ ଭଲ ରୋଜଗାର ହେବ। ଅଭିନେତା ମନୋଜ ମିଶ୍ର ବୁଧବାର ଅପରାହ୍‌ଣରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। 

Advertisment

ଏହି ଖବର ପଢ଼ନ୍ତୁ: ମନୋଜ ମିଶ୍ରଙ୍କ ନାଁରେ ଏତଲା

ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ଦ୍ବାରା ସାଇବର ଥାନାରେ ମାମଲା ରୁଜୁ ହେଲା ପରେ ମନୋଜ ମିଶ୍ର ଗଣମାଧ୍ୟମ ଆଗରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁରକ୍ଷା ପାଇଁ କାମ କରିବାକୁ ହେବ। ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର। ଯିଏ ଏହାକୁ ଖରାପ୍ କରିବ, ଏଥି ପାଇଁ ମୁଁ କହିବି। ମୋତେ କେହି ଅଟକାଇ ପାରିବେ ନାହିଁ। ଯିଏ ସିନେମାର ଶତ୍ରୁ, ସିଏ ମୋର ବି ଶତ୍ରୁ। ଯେଉଁ ଦଳ ସାଇବର ସେଲ୍ ଯାଇଥିଲେ ତାଙ୍କ ଦ୍ଵାରା ଭଲ ସିନେମା ହେଉନାହିଁ। ଜ୍ୟୋତି ଦାସ ‘ଗୁଡ୍ ବୟ’ ସିନେମାର ନିର୍ମାତା। କିନ୍ତୁ ସେ ଆଜି ପ୍ରଡ୍ୟୁସରଙ୍କୁ ଦେଖିଲେ ଲୁଚୁଛନ୍ତି। ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ୍ କରିବେ ସେଇ ଦିନ ମୁଁ ଚୁପ୍ ରହିବି ,ଏ କଳି ତୁଟିବ।  

ଏହି ଖବର ପଢ଼ନ୍ତୁ: ବିବାଦ ବଢ଼ାଇଲେ ମନୋଜ ମିଶ୍ର

ବରିଷ୍ଠ ପ୍ରଯୋଜକ ସବ୍ୟସାଚୀ ମହାପାତ୍ରଙ୍କୁ ମୁଁ ବହୁତ ଭଲ ପାଏ। ତାଙ୍କର ସିନେମା ଦେଖି ମୁଁ ବଡ଼ ହୋଇଛି। ଶ୍ରୀ ମହାପାତ୍ରଙ୍କ ଦ୍ବାରା ପ୍ରଯୋଜିତ ‘ଭୁଖା’ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର।

-ମନୋଜ ମିଶ୍ର, ଅଭିନେତା

 

ମନୋଜ ମିଶ୍ର ଗଣମାଧ୍ୟମ ଆ‌ଗରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ୨୫ ହଜାର ଲୋକ ଜୀବିକା ହରାଉଛନ୍ତି ମନୋଜ ମିଶ୍ରଙ୍କ ଯୋଗୁଁ ଏଭଳି କାହିଁକି କହିଲେ ସବ୍ୟସାଚୀ? ଆଜି ‘କର୍ମ’ ସାଢେ଼ ୬ କୋଟି ବ୍ୟବସାୟ କଲାଣି ଆଗକୁ ୧୦ କୋଟି କରିବ। ସେଇ ୨୫ ହଜାର ଲୋକ ଫାଇଦା ପାଇବେ। ତା ଛଡା ଯେଉଁମାନେ କହୁଛନ୍ତି ଯେ ମୁଁ ଚର୍ଚ୍ଚାରେ ରହିବାକୁ ଏମିତି କରୁଛି ସେମାନେ ମୋତେ ବାରମ୍ବାର ଚର୍ଚ୍ଚାକୁ ଟାଣୁଛନ୍ତି। 

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ

ଶ୍ରୀ ମିଶ୍ର କହିଛନ୍ତି, ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ। ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି। ମୁଁ ତ କହିବି। ତେଣିକି ଯାହା ବି ହୋଇଯାଉ। ମୁଁ ମୋ ପାଇଁ କହୁନି। ଆଗାମୀ ପିଢ଼ି ପାଇଁ ମୁଁ କହୁଛି। ଆଗାମୀ ପିଢ଼ି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ କହିବି। ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ମନୋଜ ଟାର୍ଗେଟ କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ