ସୁଶାନ୍ତଙ୍କ ପରେ ଏହି ପ୍ରଯୋଜକ ୨୭ମହଲାରୁ ଡେଇଁ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା କରିବାର ଦୁଃଖ ମନରୁ ଲିଭି ନଥିଲା ବେଳେ ପୁଣି ଥରେ ଏପରି ଏକ ଖବର ସାମ୍ନାକୁ ଆସିଛି। ହଲିଉଡ ପ୍ରଯୋଜକ ଷ୍ଟିଭ ବିଙ୍ଗ୍‌ ଏକ ୨୭ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ କରୋନା ଭାଇରସ୍‌ ଯୋଗୁଁ ଆଇସୋଲେସନରେ ଥିଲେ ଏବଂ ଏହି କାରଣରୁ ଡିପ୍ରେସନକୁ ଚାଲିଯାଇଥିଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।

Hollywood producer Steve Bing dies by suicide

ସୂଚନାଯୋଗ୍ୟ, ହଲିଉଡର ୫୫ବର୍ଷୀୟ ପ୍ରଯୋଜକ ଷ୍ଟିଭ ବିଙ୍ଗ୍‌ ଗତ କିଛି ଦିନ ହେବ ଡିପ୍ରେସନରେ ଥିଲେ। ସୋମବାର ପାଖାପାଖି ୧ଟାରେ କେହି କିଛି ବୁଝିବା ପୂର୍ବରୁ ସେ ଲସ୍‌ ଆଞ୍ଜେଲସର ସେଞ୍ଚୁରୀ ସିଟିରେ ଏକ ଲଗଜରି ଆପାର୍ଟମେଣ୍ଟର ୨୭ମହଲାରୁ ଡେଇଁ ପଡ଼ିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ପ୍ରଯୋଜକଙ୍କ ମୃତ୍ୟୁ ହୋଇଯାଇଥିଲା। ହଠାତ ପ୍ରଯୋଜକଙ୍କ ଆତ୍ମହତ୍ୟା ଖବର ହଲିଉଡରେ ଶୋକରଛାୟ ଖେଳିଯାଇଛି।

ଷ୍ଟିଭ ଗତ କିଛି ଦିନରୁ କରୋନା ସଂକ୍ରମଣ ହେତୁ ଆଇସୋଲେସନରେ ଥିଲେ । ଯାହା ଫଳରେ ସେ ଲୋକଙ୍କ ସହ ମିଳାମିଶା କରିପାରୁ ନଥିଲେ। ଏହି କାରଣ ଯୋଗୁଁ ସେ ଡିପ୍ରେସନର ଶିକାର ହୋଇଥିଲେ। ଶେଷରେ ସେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଯିବେ ଏ କଥା କେହି ବି ଜାଣି ନଥିଲେ।

Steve Bing, producer and Elizabeth Hurley ex, reportedly dead by ...
Page Six

ତାଙ୍କ ପ୍ରଯୋଜନାରେ ‘ଦ ପୋଲାର ଏକ୍ସପ୍ରେସ୍‌’ ଏବଂ ବିୟୋଉଲ୍‌ଫ ଭଳି ସିନେମା ତିଆରି ହୋଇଥିଲା। ସେ ‘ଦ ପୋଲାର ଏକ୍ସପ୍ରେସ’ରେ ୮୦ମିଲିୟନ୍‌ ଡଲାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ସୋସିଆଲ ମିଡିଆରେ ଷ୍ଟିଭ ବିଙ୍ଗ୍‌ଙ୍କ ପ୍ରଶଂସକ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ସମ୍ବନ୍ଧିତ ଖବର