ନୂଆଦିଲ୍ଲୀ: ‘ଉରି’ ଚଳଚ୍ଚିତ୍ରରେ ଗୃହ ମନ୍ତ୍ରୀ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଥିବା ଅଭିନେତା ନଭତେଜ୍ ହୁଣ୍ଡଲ୍ ଆଉ ନାହାନ୍ତି। ଏପ୍ରିଲ୍ ୮ ତାରିଖ ସୋମବାର ନଭତେଜ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
ତାଙ୍କୁ ଶେଷ ଥର ପାଇଁ ଭିକି କୌଶଲଙ୍କ ‘ଉରି’ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। ନଭତେଜଙ୍କ ଘରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ନଭତାଜଙ୍କ ଏକ ଝିଅ ଅବନ୍ତିକା ହୁଣ୍ଡାଲ ଏକ୍ତା କପୁରଙ୍କ ‘ୟେ ହେ ମହବତେଁ’ ଧାରାବାହିକରେ ମିହିକା ଭୂମିକା ନିଭାଇଥିଲେ।
ନଭତାଜଙ୍କ ପରଲୋକରେ ସିନେମା ଏବଂ ଟେଲିଭିଜନ ଦୁନିଆ ଶୋକ ପାଳନ କରିଛି। ସେ ଅନେକ ଭଲିଉଡ୍ ଚଳଚ୍ଚିତ୍ର ଓ ଧାରାବାହିକରେ ପୂର୍ବରୁ ଅଭିନୟ କରି ସାରିଛନ୍ତି। ସେ ଭାରତ ଏକ୍ ଖୋଜ୍ ଟେଲିଭିଜନ ସିରିଜ୍, ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ଖଳନାୟକ’, ‘ ଟେଲିଭିଜନ ଚଳଚ୍ଚିତ୍ର ‘କାନୁନ’ ଆଦିରେ ନଜର ଆସି ଦର୍ଶକଙ୍କ ମନ ଜିଣି ପାରିଥିଲେ।