ମୁମ୍ବାଇ: ପଞ୍ଜାବୀ ରାପର୍ ହନି ସିଂହ ଏକ ଇଭେଣ୍ଟ୍ରେ ବଲିଉଡ୍ କଶ୍ଠଶିଳ୍ପୀ ଏ ଆର୍ ରେହମାନଙ୍କ ପାଦ ତଳେ ପଡ଼ି ପ୍ରମାଣ କରୁଥିବାର ନଜର ଆସିଛନ୍ତି। ଏହି ଦୃଶ୍ୟଟି ହେଉଛି ଆବୁ ଧାବିରେ ହେଉଥିବା ଇଫା ଆୱାର୍ଡ ଉତ୍ସବର।
ସେହି ସମୟର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ହନି ସିଂହ ପ୍ରଥମେ ମଞ୍ଚ ଉପରେ ଗୀତ ଗାଉଛନ୍ତି। ଓ ସେ ମାଇକ୍ଟିକୁ ଧରି ମଞ୍ଚ ତଳକୁ ଚାଲି ଚାଲି ଆସୁଛନ୍ତି। ତଳେ ସବୁଠାରୁ ଆଗଧାଡ଼ରେ ବସିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଏ ଆର୍ ରେହମାନ। ହନି ସିଂହ ତାଙ୍କ ନିକଟକୁ ଯାଇ ତାଙ୍କ ପାଦ ତଳେ ସ୍ରଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି।
View this post on Instagram
ସେ ସେହି ସମୟର ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି ଓ ସେଥିରେ ଲେଖିଛନ୍ତି, ‘ଏ ଏଆର୍ ରେହମାନ ସାର୍ଙ୍କ ସହ ମୋ ଜୀବନର ମୁହୂର୍ତ୍ତ। ତାଙ୍କର କିଛି ଫ୍ୟାନ୍ କରିଥିବା ଏହି କ୍ଲିପ୍ର ଭିଡିଓକୁ ସେ ସେୟାର ମଧ୍ୟ କରିଛନ୍ତି ନିଜ ଟାଇମ୍ଲାଇନ୍କୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Honey-Singh-to-AR-Rahman_Thumbnail.jpg)