ସଲମାନଙ୍କ ୨କୋଟି ଟଙ୍କାର ପ୍ରସ୍ତାବ ସତ୍ତ୍ୱେ ଏହି ଯୁବକ କାହିଁକି ତାଙ୍କ ଘୋଡାକୁ ବିକିଲେ ନାହିଁ

ଅହମ୍ମଦାବାଦ: ଯଦି କେହି ଗୋଟିଏ ଘୋଡାକୁ ୨କୋଟି ଟଙ୍କାରେ କିଣିବାକୁ ପ୍ରସ୍ତାବ ଦିଏ, ତେବେ ସମସ୍ତ ଘୋଡା ବିକାଳି ଏଥିରେ ରାଜି ହୋଇଯିବେ। କିନ୍ତୁ ସୁରତ ନିକଟରେ ଥିବା ଓଲପାଡ ସହରରେ ରହୁଥିବା ସିରାଜଖାନ୍‌ ପଠାନ୍‌ ବଲିଉଡ୍‌ ସଲମାନ ଖାନ୍‌ଙ୍କ ୨କୋଟି ଟଙ୍କାର ପ୍ରସ୍ତାବରେ ରାଜି ହେଲେ ନାହିଁ। ସଲାମାନ ୨କୋଟି ଟଙ୍କା ଦେଇ ପଠାନ୍‌ଙ୍କ ୬ବର୍ଷର ଘୋଡାକୁ କିଣିବାକୁ ଚାହିଁଥିଲେ। ତେବେ ଏହି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ପଠାନ୍‌ ନିଜ ଘୋଡାକୁ କିଣିବା ପାଇଁ ଆସିଥିବା କୋଟିକୋଟି ଟଙ୍କାର ପ୍ରସ୍ତାବକୁ ଏଡାଇ ଦେଇଥିଲେ।

ପଞ୍ଜାବର ବାଦଲ ପରିବାର ପଠାନ୍‌ଙ୍କ ଘୋଡା ପାଇଁ ୧.୧ କୋଟି ଟଙ୍କାର ଅଫର ଦେଇଥିଲେ। ଏହାପରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଜଣେ ଏଜେଣ୍ଟ ଜରିଆରେ ଏହି ଘୋଡାକୁ କିଣିବା ପାଇଁ ୨କୋଟି ଟଙ୍କାର ପ୍ରସ୍ତାବ ସିରାଜ ଖାନ୍‌ଙ୍କୁ ଦେଇଥିଲେ। କିନ୍ତୁ ସେ ଏଥିରେ ରାଜି ହୋଇ ନଥିଲେ।

ଉଲ୍ଳେଖଯୋଗ୍ୟ, ଘୋଡା ସକାବ ଯେଉଁ ପ୍ରଜାତିର , ସେହିପରି ପ୍ରଜାତିର ଘୋଡା ସମଗ୍ର ଦୁନିଆରେ ମାତ୍ର ୨ଟି ଅଛନ୍ତି। ଗୋଟିଏ କନ୍ନାଡାରେ ଓ ଅନ୍ୟଟି ଆମେରିକାରେ। ସକାବର ବିଶେଷତ୍ୱ ହେଉଛି ପ୍ରତିଘଣ୍ଟାରେ ୪୩କିଲୋମିଟର ପର୍ଯ୍ୟନ୍ତ ଦଉଡି ପାରିଥାଏ।

ସିରାଜ ଏହି ଘୋଡାକୁ ୧୪.୫ଲକ୍ଷ ଟଙ୍କାରେ ରାଜସ୍ଥାନ ବାଲୋତରା ମେଳାରୁ କିଣିଥିଲେ। ସେତେବେଳେ ତାର ବୟସ ୫ବର୍ଷ ହୋଇଥିଲା। ଏହି ଘୋଡାର ଗୋଟିଏ ଆଖି କଳା ଓ ଅନ୍ୟଟି ଧଳା ରଙ୍ଗର। ପ୍ରାରମ୍ଭରେ ଏହି ଘୋଡାର ନାମ ତୁଫାନ୍‌ ଥିଲା। ଏହାପରେ ପନବ ଓ ପରେ ସକାବ ନାମ ରଖାଯାଇଛି। ଏହି ଘୋଡା ଏଯାବତ୍‌ ୧୯ଟି ରେସ୍‌ରେ ବିଜୟ ଲାଭ କରିସାରିଛି।

ସମ୍ବନ୍ଧିତ ଖବର