ଚର୍ଚ୍ଚାରେ ଏହି ଓଲିଉଡ ନାୟିକାଙ୍କର ଉତ୍ତେଜକ ଦୃଶ୍ୟ

ଭୁବନେଶ୍ୱର: ଏବେ ଜଣେ ଓଲିଉଡ ନାୟିକାଙ୍କର ବୋଲ୍‌ଡ ଅବତାରକୁ ଚର୍ଚ୍ଚା ଚାଲିଛି। ଆଗରୁ ବି କେତେକ ଓଡ଼ିଆ ନାୟିକା କେବଳ ଉତ୍ତେଜକ ଦୃଶ୍ୟରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।
ଏଠାରେ ଯେଉଁ ଓଡ଼ିଆ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ ରିୟାନା ଶୁକ୍ଳା। ସେ କଟକରେ ଜନ୍ମିତ। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରିୟାନା ଅର୍ଥନୀତିରେ ସ୍ନାତକ। ଏହାପରେ ରିୟାନା ଶୁକ୍ଳା ମୁମ୍ବାଇ ଯାଇଥିଲେ। ସେଠାରେ ସେ ରୋଶନ୍‌ ତନୁଜା ସ୍କୁଲ ଅଫ୍‌ ଆକ୍ଟିଂରେ ପ୍ରଶିକ୍ଷଣ ନେଇଥିଲେ।
ରିୟାନା ଓଲିଉଡ ପାଇଁ ନୂଆ , କିନ୍ତୁ ବଲିଉଡ ରେ ପୁରୁଣା। ରିୟାନା ଶୁକ୍ଳା ଦୁଇଟି ହିନ୍ଦୀ ସିନେମାରେ କାମ କରିଛନ୍ତି। ଏ ଦୁଇ ସିନେମା ହେଲା ‘ମିଷ୍ଟର ଏମ୍‌ବିଏ’ ଓ ‘ଲକ୍ଷ୍ନୌବି ଇଶ୍କ’ । ଏବେ ସେ ଆଉ ଏକ ହିନ୍ଦୀ ସିନେମାରେ କାମ କରୁଛନ୍ତି। ଏହାର ଶୀର୍ଷକ ହେଲା ‘ଲାଇଫ୍‌ କି ଐସି କି ତୈସି’।


ରିୟାନା ଶୁକ୍ଳାଙ୍କର ଏକ ଓଡ଼ିଆ ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମାର ଶୀର୍ଷକ ହେଲା ‘ଏ ଦିଲ୍‌ ତତେ ଦେଲି’। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନୀଲୁ ବକ୍ସ। ଏହି ଫିଲ୍ମରେ ରିୟାନାଙ୍କ ବୋଲ୍‌ଡ ଅବତାର ରହିଛି। ଏହି ଦୃଶ୍ୟରେ ସେ ନାୟକ ବିଭାସଙ୍କ ସହ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିଛନ୍ତି। ଏହି ଉତ୍ତେଜକ ଦୃଶ୍ୟ ‘ଏ ଦିଲ୍‌ ତତେ ଦେଲି’ କୁ ବ୍ୟାବସାୟିକ ସଫଳତା ଆଣି ଦେବାରେ ସକ୍ଷମ ହେଉଛି କି ନା, ତାହା ଦେଖିବାକୁ ବାକି ରହିଲା।
ଏଣେ ରିୟାନାଙ୍କର ଅନ୍ୟ ଏକ ସିନେମା ‘ତୁ ଅଛୁ ତ ମୁଁ ଅଛି’ ବି ମୁକ୍ତି ପ୍ରତୀକ୍ଷାରେ ରହିଛି। ସଂଜୟ ନାୟକ ଏହାର ନିର୍ଦ୍ଦେଶକ ଓ ଚନ୍ଦନ ଏଥିରେ ନାୟକ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର