ଅନୁପମ୍‌ ଖେର୍‌ଙ୍କ ଟିକ୍‌ଟକ୍‌ ଡେବ୍ୟୁ; ‘ତୁନେ ମାରି ଏଣ୍ଟ୍ରି’ ଗୀତକୁ ‘ମ‌ୈନେ ମାରି ଏଣ୍ଟ୍ରି’ ବୋଲି ଗାଇ ଫଲୋ କରିବାକୁ ଅନୁରୋଧ କଲେ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଚେହେରା ଅନୁପମ୍‌ ଖେର୍‌ ସର୍ଟ ଭିଡିଓ ଆପ୍ ଟିକ୍‌ଟକ୍‌ରେ ନିଜର ଡେବ୍ୟୁ କରିଛନ୍ତି। ଟିକ୍‌ଟକ୍‌ରେ ସୁଟ୍‌ କରିଥିବା ତାଙ୍କର ପ୍ରଥମ ଭିଡିଓକୁ ସେ ଉଭୟ ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ବିଟ୍‌ରରେ ସେୟାର୍‌ କରିଛନ୍ତି। ଭିଡିଓଟି ସେଣ୍ଟ୍ରାଲ୍‌ ପାର୍କରେ ସୁଟ୍‌ ହୋଇଛି ବୋଲି ଜାଣିବାକୁ ମିଳିଛି। ‘ଗୁଣ୍ଡେ’ ଚଳଚ୍ଚିତ୍ରର ‘ତୁନେ ମାରି ଏଣ୍ଟ୍ରି’ ଗୀତକୁ ସେ ତାଙ୍କ ନିଜ ଭର୍ସନରେ ‘ମ‌ୈନେ ମାରି ଏଣ୍ଟ୍ରି’ ବୋଲି ଗାଉଥିବାର ନଜର ଆସିଛନ୍ତି। ଭିଡିଓଟିକୁ ସେୟାର୍‌ କରି ସେ ଖୁବ୍ ଶୀଘ୍ର ଟିକ୍‌ଟକ୍‌ରେ ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି।

@anupampkherHello friends! Happy to be finally on #TikTok We’ll have fun. Let me know what kind of videos you would like me to post.? #anupamkher #newyork♬ original sound – Anupam Kher

ତାଙ୍କୁ ଫଲୋ କରିବା ପାଇଁ ସେ ତାଙ୍କର ପ୍ରଶଂସକମାନଙ୍କୁ କହିବା ସହ ଆହୁରି ବି କହିଛନ୍ତି ଯେ ‘ନିଜକୁ ସକ୍ରିୟ ରଖିବାର ଭାବନା ମନରେ ସୃଷ୍ଟି ହେବା ପରେ ମୁଁ ଟିକ୍‌ଟକ୍‌ରେ ଆସିବାକୁ ଚିନ୍ତା କଲି।’ ଭିଡିଓଟି ପୋଷ୍ଟ୍‌ କରି ସେ ଲେଖିଛନ୍ତି କି ‘ଏହା ମୋର ପ୍ରଥମ ଭିଡିଓ। ଏହି ପ୍ଲାଟ୍‌ଫର୍ମରେ ମୁଁ ଆଗକୁ କ’ଣ ସବୁ ଅପ୍‌ଲୋଡ କରିବି ସେ ନେଇ ଏବେ ସୁଦ୍ଧା କୌଣସି ଧାରଣା ନାହିଁ। ଆପଣଙ୍କ ପରାମର୍ଶ ହୁଏତ ମୋତେ ସାହାଯ୍ୟ କରିପାରେ। ଜୟ ହୋ।’

ଉଲ୍ଲେଖଯୋଗ୍ୟ, ଅନୁପମ ‌ଏବେ ଆମେରିକାରେ ଅଛନ୍ତି। ସେ ଶେଷ ଥର ପାଇଁ ୨୦୧୯ରେ ‘ହୋଟେଲ୍‌ ମୁମ୍ବାଇ’‌ ଚଳଚ୍ଚିତ୍ରରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର