ଏହାକୁ ଦେଖିଲେ ତାଜା ହୋଇଯିବ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ଦୃଶ୍ୟ

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ହୋଟେଲ ମୁମ୍ବାଇ’ର ନୂଆ ହିନ୍ଦୀ ଟ୍ରେଲର । ଟ୍ରେଲର ଦେଖିଲେ ଆପଣଙ୍କୁ ମନେ ପଡିପାରେ ୧୧ବର୍ଷ ପୁରୁଣା ଆତଙ୍କୀ ହମଲା । ପୂର୍ବରୁ ୨୬/୧୧ ମୁମ୍ବାଇ ହମଲାକୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି କିନ୍ତୁ ହୋଟେଲ ମୁମ୍ବାଇରେ ରହିଛି ଖାସ ବିଶେଷତ୍ୱ । କାରଣ ହୋଟେଲ ତାଜରେ ହମଲା କରି ଆତଙ୍କୀ ଯେଉଁ ରକ୍ତର ଖେଳ ଖେଳିଥିଲେ, ସେହି ସମୟରେ ହୋଟେଲ କର୍ମଚାରୀ କିଭଳି ଲୋକଙ୍କ ପ୍ରାଣରକ୍ଷା କରିଥିଲେ ଏହାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ହୋଟେଲ ମୁମ୍ବାଇ’ ।


ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ଲଢେଇ ଭିତରେ ତାଜର କିଛି କର୍ମଚାରୀଙ୍କ ସାହସିକତା ପାଇଁ ଅନେକଙ୍କ ଜୀବନ ବଞ୍ଚି ଯାଇଥିଲା | ଏମାନଙ୍କ କାହାଣୀକୁ ଏବେ ଦର୍ଶକ ଫିଲ୍ମ ହୋଟେଲ ମୁମ୍ବାଇରେ ଦେଖିପାରିବେ । ୭୨ ଘଣ୍ଟାର ଆତଙ୍କୀ ଲଢେଇରେ କିଭଳି ହୋଟେଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ଯୋଗୁଁ ୧୬ଶହ ଜଣଙ୍କ ପ୍ରାଣରକ୍ଷା ପାଇଥିଲା ଏହାକୁ ନେଇ ଗତିଶୀଳ ହେବ ଫିଲ୍ମ ହୋଟେଲ ମୁମ୍ବାଇ ।

ଗତ ୯ମାସ ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହୋଇଥିବାବେଳେ ଏବେ ଆସିଛି ୨ୟ ଟ୍ରେଲର । ବିଦେଶୀ ଫିଲ୍ମ ମେକର ଆନ୍ଥୋନି ମାରାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଅଷ୍ଟ୍ରେଲିଆ-ଆମେରିକା ଥ୍ରୀଲର ଫିଲ୍ମର ଏହା ହେଉଛି ହିନ୍ଦୀ ଡବିଙ୍ଗ ଫିଲ୍ମ ।୨୦୦୯ରେ ଡକୁ୍ୟମେଂଟାରୀ ଫିଲ୍ମ ‘ସରଭାଇବିଂ ମୁମ୍ବାଇ’କୁ ଆନ୍ଥୋନି ପରଦାରେ ତୋଳିଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଅନୁପମ ଖେର,ଦେବ ପଟେଲଙ୍କ ଅଭିନୟ ରହିଛି । ନଭେମ୍ବର ୨୯ରେ ଏହି ଫିଲ୍ମଟି ରିଲିଜ ହେବ |

ସମ୍ବନ୍ଧିତ ଖବର