ଗତ କିଛି ଦିନ ହେଲା କଙ୍ଗନାଙ୍କ ପାଲି ହିଲ୍ସ୍ଥିତ କାର୍ଯ୍ୟାଳୟକୁ ବିଏମସି ଭାଙ୍ଗିବା ଘଟଣା ବେଶ୍ ଚର୍ଚ୍ଚାରେ ରହିଛି। କିନ୍ତୁ ଆମେ ଏଠାରେ ଜଣାଇ ଦେଉଛୁ ଯେ, କେବଳ କଙ୍ଗନା ନୁହନ୍ତି ଏହା ପୂର୍ବରୁ କମେଡି କିଙ୍ଗ୍ କପିଲ ଶର୍ମା ଓ ବଲିଉଡ୍ ବାଦ୍ଶାହ ଶାହରୁଖ ବି ବିଏମ୍ସିର ଏହି ରୂପ ଦେଖିସାରିଛନ୍ତି। ୨୦୧୬ ସେପ୍ଟେମ୍ବର ୯ ତାରିଖରେ କପିଲ ଟ୍ବିଟ୍ କରିଥିଲେ ଯେ, ମୁଁ ଦୀର୍ଘ ୫ ବର୍ଷ ହେଲା ୧୫ କୋଟି ଟଙ୍କାର ଆୟକର ଜମା କରୁଛି। ଏହା ସତ୍ତ୍ବେ ମୋ କାର୍ଯ୍ୟାଳୟ ନିର୍ମାଣ ପାଇଁ ମୁଁ ବିଏମ୍ସିକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ। ଏହି ଟ୍ବିଟ୍କୁ ଦେଖି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ଏହା ପରେ ବିଏମ୍ସି କପିଲ ବେଆଇନ୍ ଭାବେ ଗୋରେଗାଁଓସ୍ଥିତ ଫ୍ଲାଟ୍ର କିଛି ଅଂଶ ନିର୍ମାଣ କରିଥିବା ନେଇ ବମ୍ବେ ହାଇକୋର୍ଟରୁ ଆଫିଟେଭିଟ୍ ଆଣିଥିଲା। ଫଳରେ ବିଏମ୍ସି ଓ କପିଲ୍ଙ୍କ କଳିରେ କପିଲ୍ଙ୍କ ସହ ସେହି ବିଲ୍ଡିଂରେ ରହୁଥିବା ଇର୍ଫାନ୍ ଖାନ୍ଙ୍କ ଫ୍ଲାଟ୍ର କିଛି ଅଂଶ ବିଏମ୍ସି ଭାଙ୍ଗି ଦେଇଥିଲା। ଏହା ପୂର୍ବରୁ ୨୦୧୫ ମସିହାରେ ଫେବ୍ରୁଆରିରେ ଶାହରୁଖ୍ଙ୍କ ବାସଭବନ ମନ୍ନତ ସମ୍ମୁଖର ରୢାମ୍ପକୁ ବି ବିଏମ୍ସି ଭାଙ୍ଗି ଦେଇଥିଲା ଓ ବିବାଦକୁ ସେଠି ସାରିବାକୁ ଶାହରୁଖ୍ ବିଏମ୍ସିକୁ ପ୍ରାୟ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବାଧ୍ୟ ହୋଇଥିଲେ।
କଙ୍ଗନାଙ୍କ ପୂର୍ବରୁ ବିଏମ୍ସି କପିଲ ଶର୍ମା ଓ ଶାହରୁଖ୍ଙ୍କ ଘର ବି ଭାଙ୍ଗିଛି
/sambad/media/post_attachments/wp-content/uploads/2020/09/kangana-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)