‘ହାଉସ୍‌ଫୁଲ୍‌ ୪’ ହେବ ଏ ସିରିଜ୍‌ର ସବୁଠୁ ବ୍ୟୟବହୁଳ ଚଳଚ୍ଚିତ୍ର

ଅକ୍ଷୟ କୁମାରଙ୍କ ଅଭିନୀତ ସୁପର୍‌ହିଟ୍‌ ‘ହାଉସ୍‌ଫୁଲ୍‌’ ସିରିଜ୍‌ର ଚତୁର୍ଥ ଫିଲ୍ମର କାମ ଆରମ୍ଭ ହୋଇ ଯାଇଛି। ଅବଶ୍ୟ ଏଯାଏ ‘ହାଉସ୍‌ଫୁଲ୍‌ ୪’ର ସବୁ କଳାକାରଙ୍କ ନାଁ ପ୍ରକାଶ କରା ଯାଇନାହିଁ, କିନ୍ତୁ ଏଥିରେ ଅକ୍ଷୟଙ୍କ ସହିତ ରୀତେଶ ଦେଶମୁଖ ଓ ଅଭିଷେକ ବଚ୍ଚନ୍‌ ଅଭିନୟ କରିବେ ବୋଲି ଚୂଡ଼ାନ୍ତ ହୋଇ ସାରିଛି। ନାୟିକାମାନଙ୍କ ବିଷୟରେ କିଛି କୁହା ଯାଉନାହିଁ। ତେବେ ଶୁଣା ଯାଉଛି, ଏଥର ଅକ୍ଷୟଙ୍କ ନାୟିକା ଭାବେ ସୋନାକ୍ଷୀ ସିହ୍ନାଙ୍କୁ ନିଆଯିବ। ଏ ଫିଲ୍ମରେ ପୁନଃଜନ୍ମର କାହାଣୀ ଅଛି ବୋଲି ପ୍ରଯୋଜକ ସାଜିଦ୍‌ ନାଡ଼ିଆଓ୍ଵାଲା କହିଛନ୍ତି। ସେ କହିଛନ୍ତି, ପୁନଃଜନ୍ମକୁ ନେଇ ଅତୀତରେ ଅନେକ ଗମ୍ଭୀର ଫିଲ୍ମ ତିଆରି ହୋଇଛି। ତେଣୁ ତା’କୁ ନେଇ ଏକ କମେଡି କରିବା ଲାଗି ପ୍ରଥମ ଥର ପାଇଁ ଚେଷ୍ଟା କରା ଯାଉଛି।

‘ହାଉସ୍‌ଫୁଲ୍‌ ୪’ ଏ ସିରିଜ୍‌ର ସବୁଠୁ ବ୍ୟୟବହୁଳ ଫିଲ୍ମ ହେବ ବୋଲି ନିର୍ଦ୍ଦେଶକ ସାଜିଦ୍‌ ଖାଁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ହାଉସ୍‌ଫୁଲ୍‌ ୪’ରେ ଅଭିଷେକ ବଚ୍ଚନ୍‌ କରୁଥିବା ଭୂମିକାର ବିଶେଷ ଗୁରୁତ୍ୱ ନ ଥିବାରୁ ତାଙ୍କୁ ନ ନେବାଲାଗି ପ୍ରଥମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅକ୍ଷୟଙ୍କ ପରାମର୍ଶକ୍ରମେ ସେ ଭୂମିକାକୁ ବଢ଼ାଇ ଅଭିଷେକଙ୍କୁ ନିଆ ଯାଇଛି।

ସମ୍ବନ୍ଧିତ ଖବର