ମୁମ୍ବାଇ: ‘ବାହୁବଲୀ’ହେଉଛି ଏକ ବ୍ଲକବଷ୍ଟର ଭାରତୀୟ ସିନେମା। ଅନେକ ନିର୍ମାତା ଭାବନ୍ତି ସେ ବି ଏଭଳି ଷ୍ଟାଇଲରେ ବିଗ୍ ବଜେଟ୍ ସିନେମା ତିଆରି କରିବେ,ହେଲେ ତାହା ସମ୍ଭବ ହୋଇନଥାଏ।ଏବେ ଠିକ୍ ସେହିଭଳି ସ୍ୱପ୍ନ ଦେଖିଛନ୍ତି ବଲିଉଡ଼୍ର ଜଣାଶୁଣା ନିର୍ମାତା ସାଜିଦ୍ ନାଡ଼ିଆଡ଼ଓ୍ଵାଲା।ସେ ତାଙ୍କର ସୁପରହିଟ୍ କମେଡ଼ି ସିରିଜ୍ ‘ହାଉସ୍ ଫୁଲ୍’ର ନୂଆ ସିକ୍ୱେଲ୍ ନିର୍ମାଣ କରୁଛନ୍ତି।ଏହାର ଟାଇଟଲ୍ ରହିଛି ‘ହାଉସ୍ଫୁଲ୍-୪’।
କିଛିଦିନ ପୂର୍ବରୁ ‘ହାଉସ୍ଫୁଲ୍-୪’ ସଂପର୍କରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଧିବଦ୍ଧଭାବେ ଘୋଷଣା ହୋଇଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସାଜିଦ୍ ଖାନ୍ ,ଯିଏକି ‘ହାଉସ୍ ଫୁଲ୍’ , ‘ହାଉସ୍ଫୁଲ୍-ଟୁ’ଓ‘ହାଉସ୍ଫୁଲ୍-୩’ର ନିର୍ଦ୍ଦେଶନା ଦେଇଥିଲେ।ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ‘ହାଉସ୍ଫୁଲ୍-୩’କୁ ଦର୍ଶକଙ୍କ ପୂର୍ଣ୍ଣ ସମର୍ଥନ ମିଳିନଥିଲା,ତେବେ ‘ହାଉସ୍ଫୁଲ୍-୪’ରେ କିପରି ଦର୍ଶକଙ୍କୁ ଭଲ ପାଇବା ମିଳିବ,ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି।
/sambad/media/post_attachments/wp-content/uploads/2018/01/houseful-sajid-300x166.jpg)
ପ୍ରଯୋଜକ ସାଜିଦ୍ ନାଡ଼ିଆଡ଼ଓ୍ଵାଲା କହିଛନ୍ତି ଯେ, ଏହାର କାହାଣୀ ପୁନର୍ଜନ୍ମ ବିଷୟ ଉପରେ ଆଧାରିତ।ଏହାର କାହାଣୀରେ ଅତୀତ ଓ ବର୍ତ୍ତମାନ ଦୁଇ ଯୁଗର କଥା ଦର୍ଶାଯିବ।ଏହାକୁ ‘ବାହୁବଲୀ’ ଷ୍ଟାଇଲ୍ରେ ନିର୍ମାଣ କରାଯିବ। ଏଥିରେ କଳାକାରମାନଙ୍କୁ ବାହୁବଲୀ ଷ୍ଟାଇଲ୍ରେ ଦେଖିବାକୁ ପାଇବେ ଦର୍ଶକ। ତାଙ୍କ ଅନୁଯାୟୀ‘ହାଉସ୍ଫୁଲ୍-୪’ ନାଡ଼ିଆଡ଼ଓ୍ଵାଲା ଗ୍ରାଣ୍ଡସନ୍ ବ୍ୟାନରର ସବୁଠୁଁ ବିଗ୍ ବଜେଟ୍ ସିନେମା ହେବ। ଏହା ମଧ୍ୟ ସବୁଠୁଁ ବିଗ୍ ବଜେଟ୍ କମେଡ଼ି ଫିଲ୍ମ ହେବ ବୋଲି ସାଜିଦ୍ ନାଡ଼ିଆଡ଼ଓ୍ଵାଲା କହିଛନ୍ତି।
‘ ‘ହାଉସ୍ଫୁଲ୍-୪’ରେ ଅକ୍ଷୟ କୁମାର,ଋତେଶ ଦେଶମୁଖ୍, ଦିଶା ପଟ୍ଟାନି, ପରିଣୀତି ଚୋପ୍ରା, ଜାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅଭିଷେକ ବଚ୍ଚନ ଓ ନର୍ଗିସ୍ ଫାକ୍ରି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି।