ବିଶାଳ ସେଟକୁ ନେଇ ଚର୍ଚ୍ଚାରେ ହାଉସଫୁଲ ଫୋର

ମୁମ୍ବାଇ: ହାଉସଫୁଲ ଫୋର, ସବୁବେଳେ ଷ୍ଟାରକାଷ୍ଟ,ବଜେଟ,କମେଡିକୁ ନେଇ ଖବରରେ ରହିଥାଏ । ଏଥରକ ଫିଲ୍ମ ଆଉ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚା ସାଉଁଟିଛି । ଏହି ନୂଆ କାରଣ ହେଉଛି ଏହାର ବିଶାଳ ସେଟ । ଛମୋ ଗୀତର ସୁଟିଂ ପାଇଁ ଟିମ ନିର୍ମାଣ କରିଥିଲା ଏକ୍ସକ୍ଲ୍ୟସିଭ ହାଇବଜେଟ ବିଗ ସେଟ୍ । ଯାହାର ମେକିଂ ଭିଡିଓକୁ ଏବେ ଜାରି କରିଛି ପ୍ରଡକ୍ସନ ହାଉସ । ବିଶାଳ ସେଟ ଚିତ୍ରୁକୁଟ୍ । ଏହି ରୟାଲ ସେଟ ନିର୍ମାଣ କରିଥିଲା ଟିମ ହାଉସଫୁଲ ଫୋର ।


ସେଟ ଯେତିକି ବଡ ଥିଲା ସେତିକି ପାଣି ଭଳି ପଇସା ଖର୍ଚ୍ଚ କରିଥିଲା ପ୍ରଡକ୍ସନ ହାଉସ । ସିତମଗଡ ସେଟର ମେକିଂ ଭିଡିଓ କହିଛି ପରଦା ପଛର ଅନେକ ଜଣା ଅଜଣା କଥା । ବିଦେଶୀ କାରିଗରଙ୍କ ସହ ମୋଟ ୧୦ହଜାର ଜଣ ମିଶି ତିଆରି କରିଥିଲେ ଚିତ୍ରକୁଟ ସେଟ୍ ।

ଛମୋ ଗୀତର ସୁଟିଂ ପାଇଁ ଏହି ସେଟର ନିର୍ମାଣ କରାଯାଇଥିଲା । ଗୀତକୁ ଜୀବନ୍ତ କରିବା ପାଇଁ ସେଟର ଟିକନିକ କାମ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ସୁଟିଂ ସେଟକୁ ନେଇ କଳାକାରମାନେ ନିଜ ନିଜର ଅନୁଭୁତି ମଧ୍ୟ ବଖାଣିଛନ୍ତି । ସାଜିଦ ନାଡିଆୱାଲା ପ୍ରଯୋଜିତ ହାଉସଫୁଲ ଫୋର ଅକ୍ଟୋବର ୨୫ରେ ରିିଲିଜ ହୋଇଥିଲା ।

ସମ୍ବନ୍ଧିତ ଖବର