‘ଗୋଲମାଲ ଏଗେନ୍’ର ରେକର୍ଡ ଭାଙ୍ଗିପାରିଲାନି ‘ହାଉସଫୁଲ୍-୪’, ଜାଣନ୍ତୁ ପ୍ରଥମ ଦିନ କେତେ ଆୟ କଲା

ମୁମ୍ବାଇ: ଗତକାଲି ରିଲିଜ୍ ହୋଇଥିବା ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ହାଉସଫୁଲ୍-୪’ ପ୍ରଥମ ଦିନରେ ଆଶାନୁରୂପ ବ୍ୟବସାୟ କରି ନଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ‘ହାଉସଫୁଲ୍-୪’ ପ୍ରଥମ ଦିନରେ ମାତ୍ର ୧୯ କୋଟି ଟଙ୍କା କଲେକସନ୍ କରିଛି।

ସୂଚନାଯୋଗ୍ୟ, ‘ହାଉସଫୁଲ୍-୪’ଠାରୁ ଅଜୟ ଦେବଗନଙ୍କ ଅଭିନୀତ ‘ଗୋଲମାଲ ଏଗେନ୍’ ଓପନିଂ ଡେରେ ୩୦ କୋଟି ଟଙ୍କାର ଆୟ କରିଥିଲା। କମେଡି ସିନେମା କ୍ଷେତ୍ରରେ ଏହା ହେଉଛନ୍ତି ସର୍ବକାଳୀନ ରେକର୍ଡ । ଅକ୍ଷୟ କୁମାରଙ୍କ ‘ହାଉସଫୁଲ୍-୪’ ‘ଗୋଲମାଲ ଏଗେନ୍’ର ରେକର୍ଡ ଭାଙ୍ଗିପାରିଲା ନାହିଁ ।

image source-news18

‘ହାଉସଫୁଲ୍-୪’ରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍,ବବି ଦେଓଲ୍,ଶରଦ୍ କେଲକର୍,ପୂଜା ହେଗ୍ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।ଫରହାଦ୍ –ସାମଜି ଏହାର ନିର୍ଦ୍ଦେଶକ।

ସ୍ମରଣଯୋଗ୍ୟ, ପ୍ରଥମେ ‘ହାଉସଫୁଲ୍-୪’ର ନିର୍ଦ୍ଦେଶନା ଦେଉଥିଲେ ସାଜିଦ୍ ଖାନ୍। ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ର ସୁଟିଂ କରୁଥବା ବେଳେ ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ନାଆଁରେ ବି ଯୌନ ଶୋଷଣର ଅଭିଯୋଗ ଆସିବାପରେସେ ‘ହାଉସ୍ଫୁଲ୍-୪’ରୁ ଓହରି ଯାଇଥିଲେ।ଠିକ୍ ସେହିପରି ନାନା ପାଟେକର୍ଙ୍କୁ ଏଥିରୁ ଅନୁରୂପ କାରଣରୁ ଓହରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର