ତିନି ଦିନରେ ୫୦ କୋଟି ଆୟ କଲା ‘ହାଉସଫୁଲ୍-୪’

ମୁମ୍ବାଇ: ଦିୱାଲି ଉପଲକ୍ଷେ ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ହାଉସଫୁଲ୍-୪’ ଅବଶେଷରେ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଛି। ଏହା ଗତକାଲି ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସୂଚନା ଯୋଗ୍ୟ, ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା , ଦ୍ବତୀୟ ଦିନ ୧୮.୮୧ କୋଟି ଟଙ୍କା ଏବଂ ରବିବାର ଦିନ ୧୫ କୋଟି ଟଙ୍କା କଲେକସନ୍ କରିଛି।

ଫରହାଦ୍ –ସାମଜି ଏହାର ନିର୍ଦ୍ଦେଶକ। ଏଥିରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍,ବବି ଦେଓଲ୍,ଶରଦ୍ କେଲକର୍,ପୂଜା ହେଗ୍ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

image source-news18

‘ହାଉସଫୁଲ୍-୪’ ହେଉଛି ୨୦୧୯ରେ ଅକ୍ଷୟ କୁମାରଙ୍କ ରିଲିଜ୍ ହୋଇଥିବା ନୂଆ ସିନେମା। ଏ ବର୍ଷ ଆଗରୁ ତାଙ୍କ ଅଭିନୀତ ‘କେଶରୀ’ ଏବଂ ‘ମିଶନ ମଙ୍ଗଲ’ ରିଲିଜ୍ ହୋଇଥିଲା, ଯାହା ବକ୍ସଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଆଶା କରାଯାଉଛି ‘ହାଉସଫୁଲ୍-୪’ ବି ହିଟ୍ ହେବ।

ସମ୍ବନ୍ଧିତ ଖବର