କ’ଣ ପାଇଁ ସାଜିଦ୍‌ଙ୍କ ସବୁ ଫିଲ୍ମରେ ନଜର ଆସିଥାନ୍ତି ଚଙ୍କି ପାଣ୍ଡେ? ଜାଣନ୍ତୁ କାରଣ

ମୁମ୍ବାଇ : ଖୁବ୍‌ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ହାଉସ୍‌ଫୁଲ-୪ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ବବି ଦେଓଲ ନଜର ଆସୁଥିବା ବେଳେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ କ୍ରୀତି ସନୋନ, ପୂଜା ହେଗ୍‌ଡେ ଓ କ୍ରୀତି ଖର୍‌ବନ୍ଦା । ସବୁ ଥର ଭଳି ଏଥର ମଧ୍ୟ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଚଙ୍କି ପାଣ୍ଡେ । ଏହା ପୂର୍ବରୁ ହାଉସ୍‌ଫୁଲରେ ଆଖ୍‌ରୀ ପାସ୍ତା ଭୂମିକାରେ ନଜର ଆସିଥିଲେ ଚଙ୍କି ପାଣ୍ଡେ, ଯାହା ଖୁବ୍‌ ଲୋକପ୍ରିୟ ହୋଇଥିଲା । ହାଉସ୍‌ଫୁଲ-୪ରେ ପ୍ରଥମେ ନିର୍ଦ୍ଦେଶନାର ଦାୟିତ୍ୱ ସାଜିଦ୍‌ ଖାନ୍‌ ନେଇଥିବା ବେଳେ ଯୌନ ଅସଦାଚରଣର ଅଭିଯୋଗ ଆସିବା ପରେ ତାଙ୍କୁ ହଟାଇ ଦିଆଯାଇଥିଲା ।

Image result for chunky-pandey sajid-khan
DNA India

ତେବେ ଦେଖିବାକୁ ଗଲେ ସାଜିଦ୍‌ ଖାନ୍‌ଙ୍କ ସହ ପ୍ରାୟ ସବୁ ଫିଲ୍ମରେ ଚଙ୍କି ପାଣ୍ଡେ କାମ କରିଥାନ୍ତି । ହାଉସ୍‌ଫୁଲ, ହାଉସ୍‌ଫୁଲ-୨ ଓ ହମ୍‌ସକଲ ଭଳି ଫିଲ୍ମରେ ଦୁହେଁ ସାଥୀରେ କାମ କରି ସାରିଛନ୍ତି । ଏହା ପଛରେ ଏକ ବଡ଼ କାରଣ ରହିଛି । ଚଙ୍କି ପାଣ୍ଡେଙ୍କ ପତ୍ନୀ ଭାବନା ପ୍ରତି ବର୍ଷ ସାଜିଦ୍‌ଙ୍କୁ ରାକ୍ଷୀ ବାନ୍ଧିଥାନ୍ତି । ଥରେ ରାକ୍ଷୀରେ ଚଙ୍କି ପାଣ୍ଡେଙ୍କୁ ପ୍ରତି ଫିଲ୍ମରେ ନେବା ପାଇଁ ଭାବନା ସାଜିଦ୍‌ଙ୍କୁ ରାକ୍ଷୀ ଉପହାର ଆକାରରେ ମାଗିଥିଲେ । ଭାବନାଙ୍କ ଏଭଳି ଇଚ୍ଛା ବିଷୟରେ ଜାଣି ସାଜିଦ୍‌ ତାଙ୍କ ଇଚ୍ଛାକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧିତ ଖବର