ହଲିଉଡ୍‌ ଅଭିନେତ୍ରୀ ସିଏରା ପେଟନ୍‌ଙ୍କ ଖୁଲାସା : ପ୍ରଥମ ଫିଲ୍ମରେ ନଗ୍ନ ଦୃଶ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା

ନୂଆଦିଲ୍ଲୀ : ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସିଏରା ପେଟନ୍‌ଙ୍କୁ ତାଙ୍କର ପ୍ରଥମ ଫିଲ୍ମରେ ନଗ୍ନ ଦୃଶ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ସେ ନିକଟରେ ମନ୍ତବ୍ୟ ରଖିଛନ୍ତି । ‘ଦ ଓ୍ଵାସିଂଟନ’ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଏହି ମନ୍ତବ୍ୟ ଦେଇଥିବା ଜଣା ପଡ଼ିଛି ।
“ମୋତେ ଯେତେବେଳେ ୧୮ ବର୍ଷ ବୟସ ହୋଇଥିଲା, ସେତେବେଳେ ମୋତେ ପ୍ରଥମ ହଲିଉଡ୍‌ ଫିଲ୍ମର ଅଫର ଆସିଥିଲା । ଅଫର୍‌ ପାଇବା ପରେ ମୁଁ ବହୁତ ଖୁସି ହୋଇ ଯାଇଥିଲି । କିନ୍ତୁ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ମୁଁ ଫିଲ୍ମର ସ୍କ୍ରିପ୍ଟ ପଢ଼ି ନଥିଲି, ଯାହା ମୋ ପାଇଁ ଅନେକ ସମସ୍ୟା ଆଣି ଦେଇଥିଲା । ଫିଲ୍ମରେ ମୋ ବିପକ୍ଷରେ ପ୍ରସିଦ୍ଧ ଅଭିନେତା ଷ୍ଟିଭ୍‌ ସିଗଲ ଥିବାରୁ ମୁଁ ବହୁତ ଖୁସି ହୋଇ ସ୍କ୍ରିପ୍ଟ ପଢ଼ିବା ଭୁଲି ଯାଇଥିଲି ।’ ଏକଥା କହିଛନ୍ତି ସିଏରା।

ଯେତେବେଳେ ମୁଁ ଫିଲ୍ମର ସୁଟିଂ ପାଇଁ ରୋମାନିଆ ଯାଉଥିଲି, ସେତେବେଳେ ମୋତେ ଫିଲ୍ମର ସ୍କ୍ରିପ୍ଟ ମିଳିିଲା । ସ୍କ୍ରିପ୍ଟ ପଢ଼ିବା ପରେ ମୋତେ ଗୋଟେ ଦୃଶ୍ୟରେ ବାଥ୍‌ ଟବ୍‌ରୁ ନଗ୍ନ ହୋଇ ବାହାରକୁ ଆସିବାକୁ ହେବ ବୋଲି ଜାଣିବା ପରେ ମୁଁ ଡ଼ରି ଯାଇଥିଲି । ଭୟରେ ମୁଁ ଏ ବିଷୟରେ କାହାକୁ କହିବି ବୋଲି ଭାବି ଥରିବାକୁ ଲାଗିଥିଲି । ରୋମାନିଆରେ ପହଞ୍ଚିବା ପରେ ମୁଁ ଫିଲ୍ମର ଅଭିନେତା ଷ୍ଟେଭ ସିଗଲଙ୍କୁ ଏ ବିଷୟରେ ଜଣାଇ ତାଙ୍କଠାରୁ ସାହାଯ୍ୟ ମାଗିବି ବୋଲି ନିଷ୍ପତ୍ତିି ନେଇଥିଲି । ସୁଟିଂ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ମୁଁ ଏ ବିଷୟରେ ଷ୍ଟେଭଙ୍କୁ ଜଣାଇଥିଲି । ସବୁ ଶୁଣିବା ପରେ ସେ ମୋତେ ବାହାରକୁ ଯିବାକୁ କହିବା ସହ କିଛି ସମୟ ପରେ ସବୁ ଷ୍ଟାଫ୍‌ଙ୍କୁ ମେକ୍‌ଅପ ରୁମ୍‌କୁ ଡ଼ାକିଥିଲେ । ଷ୍ଟେଭ ସିଗଲ ନିର୍ଦ୍ଦେଶକଙ୍କୁ ଏ ନେଇ ଜଣାଇବା ପରେ ନିର୍ଦ୍ଦେଶକ ମୋ ଉପରେ ପାଟି କରିବା ଆରମ୍ଭ କରିଥିଲେ ।

oneindia.com

ଏ ଫିଲ୍ମ ପାଇଁ ତୁମ ଉପରେ କେତେ ଟଙ୍କା ଲଗା ଯାଇଛି ତାହା ତୁମେ ଜାଣିଛ ତ କହି ସେ ମୋ ଉପରେ ରାଗିବା ଆରମ୍ଭ କରିଥିଲେ । ଏହା ପରେ ମୋତେ ବାଧ୍ୟ ହୋଇ ସେ ସେ ସିନ୍‌ କରିବାକୁ ପଡ଼ିଥିଲା । ଖାଲି ମୁଁ ନୁହେଁ, ଅନେକ ନବାଗତା ନାୟିକା ଏଭଳି ପରିସ୍ଥିତିର ସାମ୍ନା କରିଥାଆନ୍ତି ବୋଲି ସିଏରା ପେଟନ କହିଛନ୍ତି ।

ସମ୍ବନ୍ଧିତ ଖବର