କେମିତି ଭାଙ୍ଗିଲା ଐଶ୍ବର୍ଯ୍ୟାଙ୍କ ହାତ? ୧୧ତାରିଖରେ ଘଟିଥିଲା କ’ଣ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଅଭିନେତ୍ରୀ ପ୍ରତ୍ୟେକ ଥର ତାଙ୍କ ଲୁକ୍ ସହିତ ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। କିନ୍ତୁ ଏଥର ଐଶ୍ୱର୍ଯ୍ୟାଙ୍କ ହାତର ବ୍ୟାଣ୍ଡେଜ୍ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା। ନିକଟରେ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାକୁ ଯାଇଥିଲେ। ଯିବାବେଳେ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ତାଙ୍କ ହାତରେ ଥିବା ପ୍ଲାଷ୍ଟର ଦେଖି ଚିନ୍ତିତ ହୋଇପଡ଼ିଥିଲେ। ବ୍ୟାଗ୍ ଉଠାଇବାକୁ ଅସୁବିଧା ହେଉଥିବାରୁ ଝିଅ ଆରାଧ୍ୟା ତାଙ୍କୁ ସାହାଯ୍ୟ କରୁଥିବା କ୍ୟାମେରାରେ କଏଦ ହୋଇଥିଲା। ତେବେ ଐଶ୍ବର୍ଯ୍ୟାଙ୍କୁ ଏହି ଆଘାତ କିଭଳି ଲାଗିଲା ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି।

କୁହାଯାଉଛି ‌ଯେ, କାନ୍ସ ଯିବା ପୂର୍ବରୁ ଐଶ୍ବର୍ଯ୍ୟା ନିଜ ମୁୁମ୍ବାଇସ୍ଥିତ ଘରେ ପଡ଼ିଯାଇଥିଲେ। ଏହା ପରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଡାକ୍ତର କିଛି ଦିନ ପ୍ଲାଷ୍ଟର ଲଗାଇ ରଖିବାକୁ କହିବାରୁ କାନ୍ସ କିଭଳି ଯିବେ ସେନେଇ ଚିନ୍ତାରେ ପଡ଼ିଥିଲେ ଅଭିନେତ୍ରୀ। ହେଲେ ପରେ ଡାକ୍ତରଙ୍କ ଅନୁମତିକ୍ରମେ ସେ ହାତରେ ପ୍ଲାଷ୍ଟର ଲଗାଇ କାନ୍ସ ଯିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଏହା ଉପରେ ଏପର୍ଯ୍ୟନ୍ତ ଐଶ୍ବର୍ଯ୍ୟା କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ପ୍ରକୃତରେ ସେ ଘରେ ପଡ଼ିଯାଇଥିଲେ, ନା ଅନ୍ୟ କିଛି କାରଣ ଥିଲା ତାହା ସାମ୍ନାକୁ ଆସିନାହିଁ।

ସମ୍ବନ୍ଧିତ ଖବର