ମୁମ୍ବାଇ: ବିଗ୍ ବସ୍-୧୪ରେ ପ୍ରବେଶ କରିଛନ୍ତି କଣ୍ଠଶିଳ୍ପୀ କୁମାର ସାନୁଙ୍କ ପୁଅ ଜାନ୍। ସେ ବିଗ୍ବସ୍ରେ ଜଣେ ପ୍ରତିଯୋଗୀ ଭାବେ ଭାଗ ନେବା ପରେ ଗୁରୁବାର ଦିନ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସଲମାନ ଖାନ୍ ଜାନ କୁମାର ସାନୁଙ୍କୁ ପରିଚିତ କରାଇଥିଲେ ଏବଂ ବିଗ୍ ବସ୍ ୧୨ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ତାଙ୍କୁ କିଛି ଟିପ୍ସ ଦେବାକୁ କହିଥିଲେ।
ନିକଟରେ ଏକ ସାକ୍ଷାତ୍କାରରେ ଜାନ୍ ବିଗ୍ବସ୍ରେ ଭାଗ ନେବା ପରେ ତାଙ୍କ ବାପା କିପରି ପ୍ରତିକ୍ରିୟା ରଖିଥିଲେ ତାହା ଖୁଲାସା କରିଛନ୍ତି। ସେ କହିଛନ୍ତି କି ଏହି ରିୟାଲିଟି ସୋ’ରେ ଭାଗ ନେବାକୁ କୁମାର ସାନୁ କେବଳ ତାଙ୍କୁ ସମର୍ଥନ ଦେଇନାହାନ୍ତି ବରଂ କିଛି ଟିପ୍ସ ବି ଦେଇଛନ୍ତି।
/sambad/media/post_attachments/wp-content/uploads/2020/09/kumar-sanu-son_l-300x200.jpg)
ସାକ୍ଷାତକାରରେ ଜାନ କହିଛନ୍ତି ଯେ, ‘ବାପା ଆରମ୍ଭରେ ମୋ ନିଷ୍ପତ୍ତି ନେଇ ଭୟଭୀତ ଥିଲେ। ସେ ମୋତେ ପଚାରିଥିଲେ ଯେ ମୁଁ ଏହା କରିବା ନେଇ ନିଶ୍ଚିତ କି ନୁହେଁ? ମୋର ଆତ୍ମବିଶ୍ୱାସ ଦେଖି ସେ ମୋତେ ପ୍ରୋତ୍ସାହନ ଦେଲେ। ସେ ମୋତେ କିଛି ଟିପ୍ସ ମଧ୍ୟ ଦେଇଥିଲେ।
ସେ କହିଛନ୍ତି କି ପ୍ରଥମ ଥର ପାଇଁ ଯେତେବେଳେ ଚ୍ୟାନେଲ୍ ତାଙ୍କୁ ଏହି ରିୟାଲିଟି ସୋ’ରେ ଭାଗ ନେବାକୁ ପରାମର୍ଶ ଦେଇଥିଲା ମୋତେ ମୋର ସ୍ବପ୍ନ ପୂରା ହେବା ପରି ଲାଗିଲା। ପ୍ରଥମ ସିଜିନ୍ରୁ ହିଁ ସେ ଏହି ସୋ’ର ଜଣେ ବଡ଼ ପ୍ରଶଂସକ ବୋଲି ଜଣାଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ କି ଜାନ୍ ତାଙ୍କ ବାପାଙ୍କ ପରି ଜଣେ କଣ୍ଠଶିଳ୍ପୀ ମଧ୍ୟ।