ନୂଆଦିଲ୍ଲୀ: ବଲିଉଡରେ କାମ କରୁଥିବା ସେଲିବ୍ରିଟିମାନେ ଏକ ଚଳଚ୍ଚିତ୍ର ପାଇଁ ଫି ହିସାବରେ କୋଟିକୋଟି ଟଙ୍କା ଆଦାୟ କରନ୍ତି । ଚଳଚ୍ଚିତ୍ର ବ୍ୟତୀତ କଳାକାରମାନେ ବିଭିନ୍ନ ଦିଗରୁ ବି ମୋଟାଅଙ୍କର ଟଙ୍କା ରୋଜଗାର କରିଥାଆନ୍ତି।  ଏଥିମଧ୍ୟରୁ ବିଜ୍ଞାପନ ହେଉଛି ଷ୍ଟାରମାନଙ୍କ ରୋଜଗାରର ଏକ ମାଧ୍ୟମ। କାର୍, ସାମ୍ପୁ, ଇନସୁରାନ୍ସ, ସାବୁନ ଠାରୁ ଆରମ୍ଭ କରି ମୃଦୁ ପାନୀୟ ଇତ୍ୟାଦିର ବିଜ୍ଞାପନ କରୁଥିବା  ବଲିଉଡ ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ  ଦେଖିବାକୁ ମିଳିଛି।

Advertisment

ଅନେକ ଥର ଏହି କଳାକାରମାନେ ନିଜ ଚଳଚ୍ଚିତ୍ର ଅପେକ୍ଷା ବିଜ୍ଞାପନରୁ ବି ଅଧିକ ରୋଜଗାର କରୁଥିବା  ଖବର ମିଳିଛି। କିନ୍ତୁ ଆପଣ ଜାଣନ୍ତି କି ଏହି ବଲିଉଡ ଅଭିନେତାମାନେ ଗୋଟିଏ ବିଜ୍ଞାପନ ପାଇଁ କେତେ ଚାର୍ଜ କରନ୍ତି? ଗୋଟିଏ ଦିନ ବିଜ୍ଞାପନ ସୁଟିଂ କରିବା ପାଇଁ କମ୍ପାନୀମାନେ  ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ମୋଟାଅଙ୍କର ଟଙ୍କା ଦେଇଥାଆନ୍ତି। ତେବେ ଆସନ୍ତୁ ଏବିଷୟରେ ଜାଣିବା କିଛି ଜଣା ଓ ଅଜଣା କଥା।

ଅମିତାଭ ବଚ୍ଚନ: ବଲିଉଡର ମେଗାଷ୍ଟାର କୁହାଯାଉଥିବା ଅମିତାଭ ବଚ୍ଚନ ବିଜ୍ଞାପନରୁ ଭଲ ରୋଜଗାର କରନ୍ତି। ସେ ତାଙ୍କ ବିଜ୍ଞାପନ ପାଇଁ ୩ ରୁ ୮ କୋଟି ଟଙ୍କା ପର୍ଯ୍ୟନ୍ତ ଫି ଆଦାୟ କରନ୍ତି । ଅମିତାଭ କ୍ୟାଡବିରୀ, ନବରତ୍ନ ତେଲ, ଡକ୍ଟର ଫିକ୍ସିଟ ଏବଂ ଗୁଜୁରାଟ ପର୍ଯ୍ୟଟନ ପରି ଅନେକ ବିଜ୍ଞାପନ କରିଛନ୍ତି।

ଆମୀର ଖାନ: ବଲିଉଡରେ ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ଆମୀର ଖାନ ଏକ ବିଜ୍ଞାପନର ସୁଟିଂ ପାଇଁ ଦିନ ହିସାବରେ  ୨ ରୁ ୭ କୋଟି ଟଙ୍କା ନେଇ ଥାଆନ୍ତି। ଆମିର ଭିଭୋ, କୋକାକୋଲା, ବେଦାନ୍ତୁ ପାଇଁ ବିଜ୍ଞାପନ କରିଛନ୍ତି।

ଐଶ୍ୱର୍ଯ୍ୟା ରାୟ: ପୂର୍ବତନ ମିସ୍ ୱାର୍ଲ୍ଡ ତଥା ବଲିଉଡର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ବିଜ୍ଞାପନ ପାଇଁ ମୋଟାଅଙ୍କର ଟଙ୍କା ଆଦାୟ କରନ୍ତି। ଐଶ୍ୱର୍ଯ୍ୟା ଗୋଟିଏ ଦିନର ବିଜ୍ଞାପନ ସୁଟ୍ ପାଇଁ ୨ରୁ ୬କୋଟି ଫି ନେଇଥାଆନ୍ତି। ସେ ଲକ୍ସ, ଲୋରିଆଲ୍, କଲ୍ୟାଣ ଜୁଏଲର୍ସ, କୋକାକୋଲା ଭଳି କମ୍ପାନି ପାଇଁ ବିଜ୍ଞାପନ କରିଛନ୍ତି।

ଶାହାରୁଖ ଖାନ: ବଲିଉଡରେ କିଙ୍ଗ ଖାନ ଭାବରେ ଜଣାଶୁଣା ଶାହାରୁଖ ଖାନ ଉଭୟ ଫିଲ୍ମ ଫି ଏବଂ ବିଜ୍ଞାପନ ମାଧ୍ୟମରେ ବହୁତ ଟଙ୍କା ରୋଜଗାର କରନ୍ତି । ଆଜି ମଧ୍ୟ ସେ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କଳାକାରମାନଙ୍କ ମଧ୍ୟରୁ ଜଣେ । ଶାହାରୁଖଙ୍କ ଗୋଟିଏ ଦିନର ବିଜ୍ଞାପନ ଫି ୪ ରୁ ୧୦ କୋଟି ଟଙ୍କା ରହିଛି।

ସଲମାନ ଖାନ: ସଲମାନ ଖାନ ଉଭୟ ଚଳଚ୍ଚିତ୍ର ଏବଂ ଟିଭି ସୋ’ ବ୍ୟତୀତ ବିଜ୍ଞାପନରେ ବି ଆଗରେ ଅଛନ୍ତି। ଏକ ବିଜ୍ଞାପନର ସୁଟିଂ ପାଇଁ ସଲମାନ ପ୍ରତିଦିନ ୪ ରୁ ୧୦ କୋଟି ଟଙ୍କା ଆଦାୟ କରନ୍ତି ।

କରୀନା କପୁର ଖାନ: ବଲିଉଡର ପ୍ରମୁଖ ହିରୋଇନଙ୍କ ମଧ୍ୟରେ କରୀନା କପୁରଙ୍କ ନାମ ରହିଛି। କରୀନା ଅନେକ ସମୟରେ ଟିଭିରେ ଅନେକ ବଡ ବିଜ୍ଞାପନରେ ନଜର ଆସନ୍ତି। ଯଦି ଆମେ ତାଙ୍କ ବିଜ୍ଞାପନ ଶୁଳ୍କ ବିଷୟରେ କଥା ହେବା ତେବେ ସେ ଗୋଟିଏ ଦିନ ପାଇଁ ୩ ରୁ ୪ କୋଟି ଟଙ୍କା ଚାର୍ଜ କରନ୍ତି।

ଅକ୍ଷୟ କୁମାର: ଅକ୍ଷୟ କୁମାର ଖିଲାଡି କୁମାର ଭାବରେ ଜଣାଶୁଣା। ଅକ୍ଷୟ ଗୋଟିଏ ବର୍ଷରେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସୋ’ କରି ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି । ଗୋଟିଏ ଦିନ ବିଜ୍ଞାପନ ସୁଟିଂ ପାଇଁ ଅକ୍ଷୟ ପ୍ରତିଦିନ ୫ ରୁ ୧୦ କୋଟି ଟଙ୍କା ଆଦାୟ କରନ୍ତି ।