କୌଣସି ଫିଲ୍ମ ନ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ରାକ୍ଷୀ, ଜାଣନ୍ତୁ ତାଙ୍କର ଅସଲ ନାଁ ଓ ସମ୍ପତ୍ତି କେତେ?

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ଭାବେ ଜଣାଶୁଣା ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ହାତରେ ମେହେନ୍ଦି ଲଗାଇବା ସହ ବଧୂ ବେଶରେ ସଜ ହୋଇଥିଲେ ରାକ୍ଷୀ । ଫଟୋ ଭାଇରାଲ ହେବା ପରେ ସେ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି ନେଇଥିବା ନେଇ କହିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେ ନିଜ ସ୍ୱାମୀଙ୍କୁ ସାମ୍ନାକୁ ଆଣି ନଥିବା ବେଳେ ସତରେ ସେ ବିବାହ କରିଛନ୍ତି କି ନାହିଁ, ତାହା ଏବେ ସନ୍ଦେହ ଘେରରେ ।

News18 Hindi

ତେବେ କୌଣସି ଫିଲ୍ମରେ ଏବେ କାମ କରୁ ନଥିବା ରାକ୍ଷୀ ସାଓ୍ଵନ୍ତ, କେତେ କୋଟି ଟଙ୍କାର ମାଲିକାଣୀ ତାହା ଜାଣିଛନ୍ତି କି? ଇଣ୍ଟରନେଟ୍‌ରେ ଉପସ୍ଥିତ ଥିବା ସୂଚନାନୁସାରେ, ରାକ୍ଷୀ ୩୫କୋଟି ଟଙ୍କାର ମାଲିକାଣୀ । ରାକ୍ଷୀଙ୍କ ପାଖରେ ପ୍ରାୟ ୨୧.୬ଲକ୍ଷ ଟଙ୍କାର କାର୍‌ ରହିଛି । ୭ଲକ୍ଷ ଟଙ୍କାର ଅଳଙ୍କାର ରଖିବା ସହ ମୁମ୍ବାଇରେ ୧୧କୋଟି ଟଙ୍କାର ୨ଟି ଫ୍ଲାଟ୍‌ ଓ ୨ଟି ଅଫିସ ରହିଛି । ଏହା ସହ ତାଙ୍କର ଅସଲ ନାଁ ନୀରୁ ଭେଡା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର