ଦୁନିଆରେ ବଞ୍ଚିରହିବାକୁ ମନୁଷ୍ୟ ନାନା କାର୍ଯ୍ୟକରେ। ପ୍ରାୟ ସବୁ କାର୍ଯ୍ୟ ଉପରେ ଗୁରୁତ୍ବାରୋପ ବି କରେ। କେଉଁ କାମ ଲାଗି କେତେ ସମୟ ଗଲା ଓ ସେଥିରୁ କି ଲାଭ ମିଳିଲା, ତାହା ହିସାବ କରେ। କିନ୍ତୁ, ଏମିତି କେତେକ ମାମୁଲି କାର୍ଯ୍ୟ ଅଛି ଯାହା ପାଇଁ ଲୋକେ ସମୟ ବ୍ୟୟ କରନ୍ତି, କିନ୍ତୁ ତାହାକୁ ହିସାବ କରି ନ ଥା’ନ୍ତି।
ଆଖିମିଟିକା: ଜାଗ୍ରତ ଅବସ୍ଥାରେ ମନୁଷ୍ୟ ପ୍ରତି ମିନିଟ୍ରେ ହାରାହାରି ୧୨ଥର ଆଖିମିଟିକା ମାରେ ଓ ପ୍ରତି ଆଖିମିଟିକାର ସମୟ ଅବଧି ୧ ସେକେଣ୍ଡ୍ର ଏକତୃତୀୟାଂଶ। ତେଣୁ ଦୈନିକ ୧୬ ଘଣ୍ଟା ଜାଗ୍ରତ ରହୁଥିବା ଜଣେ ବ୍ୟକ୍ତି ୧୧, ୫୨୦ଥର ଆଖିମିଟିକା ମାରେ। ଏତେଥର ଆଖିମିଟିକା ମାରିବାକୁ ୧ ଘଣ୍ଟା ଲାଗେ। ଏହି ହିସାବରେ ଜଣେ ୮୦ ବର୍ଷ ବଞ୍ଚିଲେ ସେଥିରୁ ଆଖିମିଟିକା ମାରିବାରେ ବିତିଯାଏ ସାଢ଼େ ତିନିବର୍ଷ।
ହାଇମରା: ଜଣେ ପ୍ରାପ୍ତବୟସ୍କ ଲୋକ ଦୈନିକ ପ୍ରାୟ ୯ଥର ହାଇମାରିଥାଏ। ହିସାବକରି ଦେଖାଯାଇଛି ଜଣେ ଜୀବନକାଳରେ ହାଇମାରିବାରେ ବିତାଇଥାଏ ଅନ୍ୟୂନ ୨ ସପ୍ତାହ।
କୁଣ୍ଡାଇହେବା: କୌଣସି ଆଲର୍ଜି ନ ଥାଇ ବି ଅଧିକାଂଶ ଲୋକ ଦୈନିକ ୯୭ ଥର ହେଦହାତ କୁଣ୍ଡାନ୍ତି। ପ୍ରତିଥର କୁଣ୍ଡାଇ ହେବାକୁ ଲାଗେ ୨ ସେକେଣ୍ଡ୍। ଏହି ହିସାବରେ ଜୀବନକାଳରେ ଜଣେ କୁଣ୍ଡାଇହେବାରେ ବିତାଇଥାଏ ୨ ମାସ।
ଗିଳିବା: ଦୈନିକ ଜଣେ ବ୍ୟକ୍ତି ଅନ୍ୟୂନ ୫୦୦ଥର ଗିଳେ। ଅବଶ୍ୟ ଏ ଗିଳିବା ଖାଦ୍ୟ ଗିଳିବା ନୁହେଁ। ନିରବଚ୍ଛିନ୍ନ ଲାଳଚକ୍ର ପ୍ରକ୍ରିୟା ଚାଲୁ ରଖିବାକୁ ମନୁଷ୍ୟ ଦିନକୁ ଏତେ ଥର ଗିଳେ। ଲାଳ ପାଟିରୁ ପେଟକୁ ଓ ସେଠାରୁ ରକ୍ତସ୍ରୋତକୁ ଯାଇ ପୁନଶ୍ଚ ପାଟିକୁ ପ୍ରତ୍ୟାବର୍ତ୍ତନ କରେ। ଅଧ୍ୟୟନରୁ ଜଣାପଡ଼ିଛି ଯେ ମିନିଟ୍ପିଛା ଜଣେ ସର୍ବାଧିକ ୧.୩୨ ଥର ଗିଳେ। ଏହି ହିସାବରେ ଜଣେ ଦୈନିକ ୨୦୦୦ ଥର ଗିଳେ। ତେଣୁ ଜୀବନକାଳ ଭିତରେ ଗିଳିବାରେ ବିତିଯାଏ ୧ ବର୍ଷ ୯ ମାସ।
ଶୌଚାଳୟ ଯିବା: ଶୌଚାଳୟ ଯିବା ନିର୍ଭରକରେ ଜଣେ ଖାଦ୍ୟରେ ଖାଉଥିବା ଫାଇବର୍ ବା ତନ୍ତୁଜାତୀୟ ସାମଗ୍ରୀ ଉପରେ। ସେମିତି ହାରାହାରି ହିସାବ କଲେ ଶୌଚାଳୟ ଯିବାରେ ଜଣେ ଜୀବଦ୍ଦଶା ମଧ୍ୟରେ ବର୍ଷେରୁ ୩ବର୍ଷ ଅତିବାହିତ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/untitled-5-2025-10-26-05-50-26.jpg)