ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର୍ କିଛି ନା କିଛି କାରଣକୁ ନେଇ କିଛି ଦିନ ବ୍ୟବଧାନରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ପ୍ରେମିକଙ୍କ ସହ ମ୍ୟାଚିଂ ପୋଷାକ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି। ସେ ଦୁଇ ଜଣଙ୍କୁ ସମାନ ରଂଗର ପୋଷାକରେ ଦେଖି ପ୍ରଶଂସକମାନେ ପଚାରିବାରେ ଲାଗିଛନ୍ତି କି ବିବାହ କେବେ?
ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ଅନେକ ଦିନ ହେବ ସିନେମା ଲେଖକ ରାହୁଲ ମୋଦୀଙ୍କ ସହ ଯୋଡ଼ି ହୋଇଛି। ଦୁଇ ଜଣ ପରସ୍ପରଙ୍କୁ ଡେଟିଂ କରୁଛନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଶ୍ରଦ୍ଧା ଅଧିକାଂଶ ସମୟରେ ତାଙ୍କ ତଥାକଥିତ ପ୍ରେମିକଙ୍କ ସହ ନଜର ଆସିଥାନ୍ତି। ନିକଟରେ ପୁଣି ଥରେ ତାଙ୍କୁ ରାହୁଲଙ୍କ ସହ ଦେଖିବାକୁ ମିଳିଛି। ଦୁହେଁ ଧଳା ରଂଗର ପୋଷାକ ପିନ୍ଧି ପରସ୍ପରଙ୍କ ସହ ଟୁଇନିଂ କରିଛନ୍ତି।
ରାହୁଲ ଓ ଶ୍ରଦ୍ଧାଙ୍କୁ ଗେଟ୍ ୱେ ଅଫ୍ ଇଣ୍ଡିଆରେ ଦେଖିବାକୁ ମିଳିଛି। ରାହୁଲ ଓ ଶ୍ରଦ୍ଧା ଦୁହେଁ ହସି ହସି ଚାଲି ଚାଲି ଆସୁଥିବାର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/04/ug74eBNsCgk5dYf7I9l2.jpg)