ସମଗ୍ର ବିଶ୍ବ ତୁଳନାରେ ଯଦିଓ ଭାରତ କରୋନା ସଂକ୍ରମଣ ତାଲିକାରେ ପଛରେ ରହିଛି, ମାତ୍ର କରୋନା ସଂକ୍ରମଣ ସଂଖ୍ୟା ଥମିବାର ନାଁ ଧରୁନାହିଁ। ଇତିମଧ୍ୟରେ ୫ଶହରୁ ଅଧିକ ଲୋକେ ଭାରତରେ ପ୍ରାଣ ହରାଇ ସାରିଲେଣି। ତେଣୁ ଏହି ଘଡ଼ିସନ୍ଧି ମୁହୂର୍ତରେ ଲୋକେ ରକ୍ତଦାନ କରିବାକୁ ଅଭିନେତା ହ୍ରିତିକ ରୋସନ ଓ ଅଜୟ ଦେବଗନ ନିବେଦନ କରିଛନ୍ତି। ତେବେ ସାଧାରଣ ଲୋକେ ନୁହେଁ, ବରଂ ଯେଉଁମାନେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ମୁକୁଳିଛନ୍ତି ସେମାନେ ରକ୍ତଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଅଭିନେତା ହ୍ରିତିକ୍ ଲେଖିଛନ୍ତି, ମୁମ୍ବାଇର କସ୍ତୁରବା ହସ୍ପିଟାଲ୍ ଏବେ ଏମିତି ଏକ ମିସନରେ ଅଛି, ଯାହାକୁ କରୋନାରୁ ମୁକୁଳିଥିବା ଲୋକଙ୍କ ଆବଶ୍ୟକତା ରହିଛି। କରୋନାରୁ ମୁକୁଳିବା ପରେ ଯେଉଁମାନେ ୧୪ ଦିନ କ୍ବାରାଣ୍ଟିନରେ ରହି ସାରିଛନ୍ତି ଏବଂ ସେମାନଙ୍କର ଶେଷ ରିପୋର୍ଟ ନେଗେଟିଭ୍ ଆସିଛି ସେମାନଙ୍କ ରକ୍ତରେ ଏପରି କୋଶିକା ଅଛି ଯାହା ଏହି କରୋନା ଭୂତାଣୁକୁ ମାରିପାରିବ। ଯଦି ସେମାନେ ସେମାନଙ୍କର ରକ୍ତ ଦାନ କରନ୍ତି ତେବେ ଅନ୍ୟ ସଂକ୍ରମିତ ଲୋକମାନେ ମଧ୍ୟ ସୁସ୍ଥ ହୋଇପାରିବେ। ବିଶେଷ କରି ଯିଏ କରୋନା ସଂକ୍ରମଣ ଯୋଗୁଁ ଗମ୍ଭୀର ସ୍ଥିତିରେ ଅଛନ୍ତି ସେମାନେ ଏଥିରୁ ମୁକୁଳିବା ସମ୍ଭବ ହେଇପାରିବ। ତେଣୁ ସେମାନେ ତୁରନ୍ତ ଏହି ପ୍ରକ୍ରିୟାରେ ସାମିଲ୍ ହେବାକୁ ଦୁଇ ଅଭିନେତା ଅନୁରୋଧ କରିଛନ୍ତି।
କରୋନାରୁ ମୁକୁଳିଥିବା ଲୋକଙ୍କୁ ରକ୍ତଦାନ ପାଇଁ କହିଲେ ହ୍ରିତିକ୍ ଓ ଅଜୟ ଦେବଗନ
/sambad/media/post_attachments/wp-content/uploads/2020/04/ajay.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)