‘ଫାଇଟର୍’ରେ ହ୍ରିତିକ୍-ଦୀପିକା

‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଓ ‘ଶେରଶାହ’ ଚଳିତ ବର୍ଷ ସ୍ବାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ ପନ୍ଦରରେ ମୁକ୍ତିଲାଭ କରିବାକୁ ଯାଉଛି। ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ହେଉଛି ଦେଶାତ୍ମବୋଧ ସିନେମା ରିଲିଜ୍‌ର ଏକ କ୍ରେଜି ସିଜିନ୍‌। ଆଗାମୀ ବର୍ଷର ଏଇ ଦୁଇ ତାରିଖକୁ ଆଖି ଆଗରେ ରଖି ସିନେ ଇଣ୍ଡଷ୍ଟ୍ରିର ନିର୍ମାତାମାନେ କିଛି ନୂଆ ସଂଗ୍ରାମୀ କାହାଣୀକୁ ନେଇ ଚଳଚ୍ଚିତ୍ର ତିଆରି କରିବାକୁ ଅଣ୍ଟା ଭିଡ଼ିଲେଣି। ଶୁଣିବାକୁ ମିଳୁଛି, ହ୍ରିତିକ୍ ରୋଶନ୍ ଓ ଦୀପିକା ପାଦୁକୋନଙ୍କୁ ନେଇ ନିର୍ମାଣ ହେବ ବଲିଉଡ୍ ଫିଲ୍ମ ‘ଫାଇଟର୍‌’। ପ୍ରଯୋଜକ ସିଦ୍ଧାର୍ଥ ଆନନ୍ଦ ଏବେ ଶାହରୁଖ୍ ଖାନ୍, ଜନ୍ ଆବ୍ରାହମ୍ ଓ ଦୀପିକା ପାଦୁକୋନଙ୍କୁ ନେଇ ତାଙ୍କ ନୂଆ ସିନେମା ‘ପଠାନ୍’ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ୨୦୨୨ ସେପ୍ଟେମ୍ବରରେ ‘ଫାଇଟର୍’ ମୁଭିଟିକୁ ରିଲିଜ୍ କରିବାକୁ ପୂର୍ବରୁ ତାଙ୍କର ଯୋଜନା ଥିଲା। ଏବେ କିନ୍ତୁ ଏହି ତାରିଖରୁ ଓହରି ଯାଇଛନ୍ତି।

‘ଫାଇଟର୍’ ଫିଲ୍ମଟି ୨୦୨୩ ଜାନୁଆରି ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି ତାଙ୍କ ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି। ସିଦ୍ଧାର୍ଥ କହିଛନ୍ତି, ମୁଁ ଏଥିପାଇଁ ଅଧିକ ଖୁସି ଯେ ଆମ ପ୍ରଯୋଜନା ସଂସ୍ଥା ମାରଫ୍ଲିକ୍ସ ‘ଫାଇଟର୍’ ମୁଭି ନିର୍ମାଣରେ ଅଜିତ୍ ଅନ୍ଧାରେଙ୍କ ପ୍ରଡକ୍ସନ୍ କମ୍ପାନି ଭାୟାକମ୍‌-୧୮ ଷ୍ଟୁଡିଓ ପାର୍ଟନର୍‌ ସାଜିଛି। ଏଇ ଦୁଇ ପ୍ରଡକ୍ସନ୍ ସଂସ୍ଥା ଭାରତୀୟ ସଂଗ୍ରାମୀ କାହାଣୀ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରି ଏହାକୁ ବିଶ୍ବସ୍ତରୀୟ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚୁକ୍ତିବଦ୍ଧ ହେଇଛନ୍ତି। ୨୦୨୧ ଜାନୁଆରିରେ ହ୍ରିତିକ୍‌ଙ୍କ ଜନ୍ମଦିନ ଅବସରରେ ଏଇ ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଘୋଷଣା ହେଇଥିଲା।

ସମ୍ବନ୍ଧିତ ଖବର