ଡାକ୍ତରଙ୍କ ନୃତ୍ୟରେ ହ୍ରିତିକ୍‌ ବିମୁଗ୍ଧ

ଜଣେ ଡାକ୍ତରଙ୍କ ନୃତ୍ୟ‌ରେ ବିମୁଗ୍ଧ ହୋଇଯାଇଛନ୍ତି ଅଭିନେତା ହ୍ରିତିକ୍‌ ରୋସନ୍‌। ଖାଲି ସେତିକି ନୁହେଁ, ତାଙ୍କ ନୃତ୍ୟର ଷ୍ଟେପ୍‌ ଶିଖି ନିଜେ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଆସାମର ଜଣେ ଡାକ୍ତରଙ୍କ ନୃତ୍ୟର ଭିଡିଓ ଆଜି ଅପରାହ୍‌ଣରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Movie Talkies

ସିଲ୍‌ଚର ମେଡିକାଲ କଲେଜର ଇଏନ୍‌ଟି ସର୍ଜନ ଡାକ୍ତର ଅରୂପ ସେନାପତି ପିପିଇ କିଟ୍‌ ପିନ୍ଧି ହ୍ରିତିକଙ୍କ ଚଳଚ୍ଚିତ୍ର ‘ୱାର୍‌’ର ଘୁଂଘରୁ ତୁଟ୍‌ ଗଏ… ସଙ୍ଗୀତରେ ନୃତ୍ୟ କରୁଥିବାର ଏକ ଭିଡିଓ ତାଙ୍କ ସହକର୍ମୀ ଡାକ୍ତର ସାଏଦ ଫୈଜନ ଅହମଦ୍‌ ଟ୍ବିଟର୍‌ରେ ସେୟାର କରିଥିଲେ। ଏହାସହ ଲେଖିଥିଲେ, ମୋ ସହକର୍ମୀ ତଥା କୋଭିଡ୍‌ ଯୋଦ୍ଧା ଡାକ୍ତର ଅରୂପ ସେନାପତିଙ୍କୁ ଭେଟନ୍ତୁ। କୋ‌ଭିଡ୍‌ ୱାର୍ଡରେ କୋଭିଡ୍‌ ରୋଗୀଙ୍କ ସାମ୍‌ନାରେ ସେମାନଙ୍କୁ ଟିକେ ଭଲ ଅନୁଭବ କରାଇବାକୁ ତଥା ସକାରାତ୍ମକ ଭାବନାରେ ଭରିଦେବାକୁ ଡାକ୍ତର ଅରୂପ ଏପରି ନୃତ୍ୟ ପ୍ରଦର୍ଶନ କରିଛନ୍ତି ଅରୂପ।

ଡାକ୍ତରଙ୍କ ଏହି ନୃତ୍ୟ ହ୍ରିତିକ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ସେ ରିଟ୍ବଟ୍‌ କରି ଲେଖିଛନ୍ତି, ଅରୂପଙ୍କୁ କୁହନ୍ତୁ କେବେ ଆସାମ ଗଲେ ତାଙ୍କଠାରୁ ମୁଁ ଏହି ନୃତ୍ୟ ଶିଖିବି ଓ ତାଙ୍କ ଭଳି ସୁନ୍ଦର ଭାବେ କରିବାକୁ ଚେଷ୍ଟା କରିବି। ଭିଡିଓଟି ଏବେ ଟ୍ବିଟର୍‌ରେ ଛାଇଯାଇଥିବା ବେଳେ ରାତି ୮ଟା ସୁଦ୍ଧା ଏହାକୁ ଏହାକୁ ୬୬.୨ ହଜାର ଲାଇକ୍‌ ମିଳିଛି। ସେହିପରି ୧୫.୨ ହଜାର ଲୋକ ଏହାକୁ ରି-ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର