ରିତିକ୍‌ ରୋଶନଙ୍କ ସହ ଶତ୍ରୁତା ଯୋଗୁଁ କଙ୍ଗନା ରାନାଓ୍ଵତ୍‌ଙ୍କୁ ଭୋଗିବାକୁ ପଡ଼ୁଛି ଏହି କଷ୍ଟ

ମୁମ୍ବାଇ: ବଲିଉଡର ବିବାଦୀୟା ନାୟିକା କଙ୍ଗନା ରାନାଓ୍ଵତ୍‌ଙ୍କୁ ରିତିକ୍‌ ରୋଶନଙ୍କ ସହ ଶତ୍ରୁତା କରିବା ଏବେ ମହଙ୍ଗା ପଡ଼ିଛି। ଏକଥା ଆମେ କହୁ ନାହୁଁ ଏହା ନିଜେ କଙ୍ଗନା ରାନାଓ୍ଵତ୍‌ କହିଛନ୍ତି। ସେ ନିକଟରେ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ତାଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ । ତାଙ୍କ ପାଖରେ ମନାଲିରେ ଏକ ଘର, ମୁମ୍ବାଇର ପାଲହିଲରେ ଏକ ଅଫିସ୍‌ ଏବଂ ତିନିଟି ସିନେମାର ଅଫର୍‌ ରହିଛି । କିନ୍ତୁ ତାଙ୍କୁ ଆଉ ଭଲ ପ୍ରାଇସରେ ବିଜ୍ଞାପନରେ କାମ ମିଳୁ ନାହିଁ। ଯେଉଁ ସିନେମା ମିଳୁଛି ସେଥିପାଇଁ ଭଲ ପ୍ରାଇସ୍‌ ମିଳୁ ନାହିଁ। ଏପରିକି ସେ ନିଜର ପ୍ରଡକସନ୍‌ ହାଉସ୍‌ ଖୋଲିବାର ଯେଉଁ ଯୋଜନା କରିଥିଲେ ତାହା ବି ହୋଇ ପାରୁ ନାହିଁ।

photo–indianexpress.com

ଏହାର କାରଣ ହେଲା ରିତିକ୍‌ ରୋଶନଙ୍କ ସହ ବ୍ୟକ୍ତିଗତ ମାମଲାରେ ଲଢ଼େଇ କରିବା । ଏଥିପାଇଁ ବଲିଉଡରେ ତାଙ୍କର ଇମେଜ୍‌ ଖରାପ ହୋଇଛି। ଏହି କାରଣରୁ କୌଣସି କଂପାନି କଙ୍ଗନାଙ୍କୁ ବ୍ରାଣ୍ଡ ଆମ୍ବାସାଡର୍‌ କରିବାକୁ ରାଜି ହେଉ ନାହାନ୍ତି। ସବୁଠୁ ବଡ଼ କଥା ହେଲା ଯେ ତାଙ୍କର ପୂର୍ବ ଦୁଇଟି ସିନେମା ‘ସିମରନ୍‌’ ଏବଂ ‘ରଙ୍ଗୁନ୍‌’ ସୁପରଫ୍ଲପ୍‌ ବି ହୋଇଛି।

ସମ୍ବନ୍ଧିତ ଖବର