ସାମ୍ନାସାମ୍ନି ହେବେ ହ୍ରତିକ୍‌ ରୋଶନ୍‌ ଏବଂ କଙ୍ଗନା ରାନାଓ୍ଵତ୍‌ !

ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ନାୟକ ଏବଂ ନାୟିକାଙ୍କ ଭିତରେ ତୁ ତୁ ମେଁ ମେଁ ଚାଲିଛି। ଏହି ଦୁହିଁଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ତ ଚାଲିଛି। ହେଲେ ଏବେ ସେ ଦୁହେଁ ବାୟୋପିକ୍‌ ସିନେମାରେ ବ୍ୟସ୍ତ ଅଛନ୍ତି। ଏହି ଦୁଇଜଣ ହେଲେ ହ୍ରତିକ୍‌ ରୋଶନ୍‌ ଏବଂ କଙ୍ଗନା ରାନାଓ୍ଵତ୍‌ । ହ୍ରତିକ୍‌ ରୋଶନ୍‌ଙ୍କ ଆଗାମୀ ସିନେମା ହେଲା ‘ସୁପର-୩୦’ । ଏଥିରେ ବିହାର ଆନନ୍ଦ କୁମାରଙ୍କ ଜୀବନୀ ଦେଖିବାକୁ ମିଳିବ । ଆନନ୍ଦ କୁମାର ହେଉଛନ୍ତି ସୁପର-୩୦ କୋଚିଂ ସେଣ୍ଟର ର ପ୍ରତିଷ୍ଠାତା ।ଏହା ହେଉଛି ସତ୍ୟ ଘଟଣା ଆଧରିତ । ବିକାଶ ବହଲ୍‌ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ।


ଏଣେ କଙ୍ଗନା ଏକ ନୂଆ ସିନେମାରେ କାମ କରୁଛନ୍ତି । ଏଥିରେ ଟାଇଟଲ୍‌ ରୋଲରେ ଅଛନ୍ତି କଙ୍ଗନା । ଭାରତର ପ୍ରସିଦ୍ଧ ବୀରାଙ୍ଗନା ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନ ଉପରେ ଏହି ସିନେମାର କାହାଣୀ ପର୍ଯ୍ୟବସିତ ବୋଲି କୁହାଯାଉଛି । କ୍ରିଶ୍‌ ଏହାର ନିର୍ଦ୍ଦେଶକ । ଏଥିରେ କଙ୍ଗନାଙ୍କ ବ୍ୟତୀତ ସୋନୁ ସୁଦ୍‌ ଓ ଅଙ୍କିତା ଲୋଖଣ୍ଡେ ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଏ ଦୁଇ ସିନେମା ଏକ ସମୟରେ ରିଲିଜ୍‌ ହେବାର ସମ୍ଭାବନା ରହିଛି। ଯଦି ସେଭଳି ହୁଏ ତେବେ ପୁଣି ସାମ୍ନାସାମ୍ନି ହେବେ ଏହି ଦୁଇ କଳାକାର।

ସମ୍ବନ୍ଧିତ ଖବର