ଦାଦା ବନିବେ ହ୍ରିତିକ୍ ‌! ଚର୍ଚ୍ଚାରେ ଦାଦାଙ୍କ ବାୟୋପିକ୍

ମୁମ୍ବାଇ:  ଦାଦା ହେବେ ହ୍ରିତିକ୍‌ ରୋସନ୍‌। ବିଶ୍ବ କ୍ରିକେଟ୍‌‌ରେ ‘ଦାଦା’ ଭାବେ ପରିଚିତ ତଥା ଭାରତ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ୍‌। ଯଦିଓ ଦାଦାଙ୍କ ବାୟୋପିକ୍‌ ନିର୍ମାଣ ନେଇ କୌଣସି ଆଧିକାରିକ ସୂଚନା ମିଳିନାହିଁ, କିନ୍ତୁ ନେହା ଧୂପିଆଙ୍କ ଚାଟ୍‌ ସୋ’ରେ ସୌରଭ ପରୋକ୍ଷ‌ରେ ଏମିତି କିଛି ଇଙ୍ଗିତ ଦେବା ପରେ ବି-ଟାଉନ୍‌‌ରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୋ’ରେ ନେହା ପଚାରିଥିଲେ, ଯଦି ଆପଣଙ୍କ ବାୟୋପିକ୍‌ ହୁଏ, ଆପଣଙ୍କ ଭୂମିକାରେ ଆପଣ କାହାକୁ ଦେଖିବାକୁ ଚାହିବେ? ‌ଗା‌ଙ୍ଗୁଲି ଉତ୍ତର ଦେଇଥିଲେ, ଏବେ ମୋ ମୁଣ୍ଡରେ ଏଭଳି କୌଣସି କଥା ନାହିଁ ଯେ କିଏ ତାଙ୍କ ଭୂମିକାରେ ଅଭିନୟ କରିବେ। କିନ୍ତୁ ଏହା ନିଶ୍ଚିତ କହିବି, ଯଦି ହ୍ରିତିକ୍ ଚାହିବେ, ତେବେ ମୋ ଭଳି ଶରୀର ତାଙ୍କୁ କରିବାକୁ ପଡ଼ିବ। ସମସ୍ତେ ହ୍ରିତିକଙ୍କ ସୁନ୍ଦର ସୁଢ଼ଳ ଶରୀରର ଖୁବ୍ ପ୍ରଶଂସା କରୁଛନ୍ତି। ଲୋକେ କୁହନ୍ତି, ମୋତେ ହ୍ରିତିକଙ୍କ ଭଳି ଶରୀର କରିବା ଦରକାର, କିନ୍ତୁ ମୋ ମତରେ ଯଦି ମୋର ବାୟୋପିକ୍ ହୁଏ, ତେବେ ହ୍ରିତିକଙ୍କୁ ମୋ ଭଳି ଶରୀର ତିଆରି କରିବାକୁ ହେବ।

ସମ୍ବନ୍ଧିତ ଖବର