ଯୁଦ୍ଧଭୂମିରେ ତୁମକୁ ଅପେକ୍ଷା କରିଛି; ଜୁନିଅର ଏନଟିଆରଙ୍କ ପାଇଁ ଏଭଳି କାହିଁକି ଲେଖିଲେ ରିତିକ୍ ରୋଶନ?

ମୁମ୍ବାଇ: ଆଜି ୪୦ବର୍ଷ ବୟସରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର। ତାଙ୍କ ଜନ୍ମଦିନରେ ବିଭିନ୍ନ ଇଣ୍ଡଷ୍ଟ୍ରିର କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ବଲିଉଡ ଅଭିନେତା ରିତିକ ରୋଶନ ଏକ ନିଆରା ଢ଼ଙ୍ଗରେ ଜୁନିଅର ଏନଟିଆରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରିତିକ୍ କରିଥିବା ଟ୍ବିଟରୁ ଏହା ସ୍ପଷ୍ଟ ହୋଇଛି ଯେ, ଜୁନିଅର ଏନଟିଆର ୱାର୍-୨ରେ ରିତିକଙ୍କ ସହ ନଜର ଆସିବେ।

ତେବେ ରିତିକ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଜନ୍ମଦିନର ଶୁଭେଚ୍ଛା ତାରକ! ଏହି ଆନନ୍ଦଦାୟକ ଦିନ ଏବଂ ଆସିବାକୁ ଥିବା ଆକ୍ସନରେ ପରିପୂର୍ଣ୍ଣ ବର୍ଷ ପାଇଁ ମୋର ଶୁଭେଚ୍ଛା। ଯୁଦ୍ଧକ୍ଷେତ୍ରରେ ତୁମକୁ ଅପେକ୍ଷା କରିଛି ମୋର ବନ୍ଧୁ। ତୁମର ଦିନ ସୁଖ ଏବଂ ଶାନ୍ତିରେ ପରିପୂର୍ଣ୍ଣ ହେଉ। ରିତିକଙ୍କ ଏହି ଟ୍ବିଟ ହେଉଥିବା ଚର୍ଚ୍ଚାକୁ ସ୍ପଷ୍ଟ କରିଛି।

୨୦୨୨ରେ ସମସ୍ତ ରେକର୍ଡ ଭାଙ୍ଗିଥିବା ଫିଲ୍ମ ‘ଆରଆରଆର’ରେ ଅଭିନୟ କରିବା ପରେ ଅଭିନେତ‌ା ରାମଚରଣ ଓ ଜେଆର ଏନଟିଆରଙ୍କ ବ୍ରାଣ୍ଡ ଭ୍ୟାଲୁ ବଢ଼ିଥିଲା। ‘ଆରଆରଆର’ରେ ଥିବା ଗୀତ ନାଟୁ ନାଟୁୁକୁ ଓସ୍କାର ପୁରସ୍କାର ମିଳିବା ପରେ ଏହି ଫିଲ୍ମର ଚାହିଦା ଆହୁରି ବଢ଼ିଥିଲା। ବ୍ରାଣ୍ଡ ଭ୍ୟାଲୁ ବଢ଼ିବା ପରେ ଜେଆର ଏନଟିଆରଙ୍କ ବଲିଉଡ ଫିଲ୍ମ ୱାର୍-୨ କରିବାକୁ ଯାଉଥିବା ଚର୍ଚ୍ଚା ହୋଇଥିଲା। ‘ଆରଆରଆର’ ପାଇଁ ଜେଆର ଏନଟିଆର ୪୫କୋଟି ନେଇଥିବା ବେଳେ ୱାର-୨ ପାଇଁ ସେ ୧୦୦କୋଟି ଦାବି କରିଥିବା ନେଇ ସୂଚନା ମିଳିଥିଲା। ତେବେ ତାରକ ସତରେ ୱାର-୨ରେ ନଜର ଆସିବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ରହିଥିବା ‌ବେଳେ ଆଜି ତାହା ଦୂର ହୋଇଛି।

ସମ୍ବନ୍ଧିତ ଖବର