୬୦ କୋଟି ମାଗିବାରୁ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ରୁ ଆଉଟ୍‌ ହୋଇଥିଲେ ଏହି ନାୟକ

ମୁମ୍ବାଇ: ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ନୂଆ ସିନେମାର ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ ଆଗାମୀ ନଭେମ୍ବର ୭ ତାରିଖରେ ଦୀପାବଳି ଅବସରରେ ରିଲିଜ୍‌ ହେଉଥିବା ଜଣାପଡ଼ିଛି। ଏହି ସିନେମାରେ ପ୍ରଥମ ଥରଲାଗି ଅମୀର୍‌ ଖାନ୍‌ ଏବଂ ଅମିତାଭ ବଚ୍ଚନ ଏକାଠି ଆସୁଛନ୍ତି । ଏତଦବ୍ୟତୀତ କାଟ୍ରିନା କୈଫ୍‌ ଏବଂ ଫାତିମା ଶେଖ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ହେଲେ ଆପଣ କ’ଣ ଜାଣନ୍ତି ଯେ,‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ଅମୀର ଖାନ୍‌ଙ୍କୁ ଯେଉଁ ଭୂମିକା ମିଳିଛି,ତାହା ପ୍ରଥମେ ରିତିକ୍‌ ରୋଶନ୍‌ଙ୍କୁ ଅଫର୍‌ ହୋଇଥିଲା। ଶୁଣିବାକୁ ମିଳିଲା ଯେ,ରିତିକ୍‌ ସ୍କ୍ରିପ୍ଟରେ ସନ୍ତୁଷ୍ଟ ନ ଥିଲେ। ସେ କିଛିଟା ପରିବର୍ତ୍ତନ ଚାହିଁଲେ। ଖାଲି ସେତିକି ନୁହେଁ ରିତିକ୍‌ କୁଆଡେ ଏଥିରେ କାମ କରିବାଲାଗି ୬୦ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ସେଥିପାଇଁ ପ୍ରଯୋଜକ ଆଦିତ୍ୟ ଚୋପ୍ରା ଏବଂ ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟ ରାଜି ହୋଇନଥିଲେ।

ଏହାପରେ ଅମୀର ଖାନ୍‌ଙ୍କୁ ସେ ଅଫର୍‌ ଦେଇଥିଲେ ଓ ଅମୀର କାହାଣୀ ଶୁଣିବାମତ୍ରେ ରାଜି ହୋଇଥିଲେ। ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଫିଲ୍ମର ବଜେଟ୍‌ ୨୫୦ କୋଟି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର