ମୁମ୍ବାଇ : କିଛି ଦିନ ତଳେ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ ସୁପର-୩୦ର ଟ୍ରେଲରକୁ ରିଲିଜ୍ କରା ଯାଇଥିଲା । ଯାହା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଏବେ ସଫା ଦେଖିବାକୁ ମିଳୁଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରିତିକ୍ ରୋଶନ ନଜର ଆସୁଥିବା ବେଳେ ଏହା ସତ୍ୟ କାହାଣୀ ଉପରେ ଆଧାରିତ ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/06/d77cb01a-8da9-11e9-bf7d-e03ff1c1f16f-300x169.jpg)
ସୂଚନା ମୁତାବକ, ଆନନ୍ଦ କୁମାର ନାମକ ଜଣେ ବ୍ୟକ୍ତି ଆଇଆଇଟିରେ ଭର୍ତ୍ତି କରାଇବା ପାଇଁ ସୁପର-୩୦ ନାମକ ଏକ କୋଚିଂ ସେଣ୍ଟର ଖୋଲିଥିଲେ । ଏଠାରେ ସେ ଗରିବ ପିଲମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଥିଲେ । ତେବେ ଏହି କାହାଣୀକୁ ନେଇ ଫିଲ୍ମଟି ତିଆରି କରାଯାଇଥିବା ବେଳେ ୧୩ ଥର ସ୍କ୍ରିପ୍ଟ ବଦଳା ଯାଇଥିଲା ବୋଲି ଜଣା ପଡ଼ିଛି । ଏହାର କାରଣ ଜଣାଇ ଆନନ୍ଦ କରିଛନ୍ତି, କାହାଣୀରେ ଅନେକ କାଳ୍ପନିକ ଜିନିଷ ଥିଲା । ଯାହା ମୋାତେ ପସନ୍ଦ ଆସି ନଥିଲା । ଫିଲ୍ମଟି ମନୋରଞ୍ଜନ କରୁଥିବା ସହ ସତ ହେବା ଦରକାର । ଯାହା ପାଇଁ ୧୩ଥର ସ୍କ୍ରିପ୍ଟ ବଦଳା ଯାଇଥିଲା ।