ଖୁବ୍‌ ଶୀଘ୍ର ହ୍ରିତିକ୍‌ ପୁଣିଥରେ ବିବାହ କରିପାରନ୍ତି! ଜାଣନ୍ତୁ କାହାକୁ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରହିରୋ ହ୍ରିତିକ ରୋଶନ୍‌ ପୁଣିଥରେ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି ବୋଲି ମିଡିଆରେ ଚର୍ଚ୍ଚା ହେଉଛି। ଶୀର୍ଷକ ପଢ଼ି ଆପଣଙ୍କ ମନରେ ନିଶ୍ଚିୟ ପ୍ରଶ୍ନ ଉଙ୍କି ମାରି ସାରିବଣି କି ହ୍ରିତିକ୍‌ କାହାକୁ ବିବାହ କରିବେ। ତେବେ ଆଉ କେହି ନୁହେଁ ହ୍ରିତିକି ତାଙ୍କ ପୂର୍ବ ପତ୍ନୀ ସୁଜେନ୍‌ ଖାନ୍‌ଙ୍କୁ ବିବାହ କରିବେ ବୋଲି ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ଆପଣମାନେ ଭାବୁ ଥାଇ ପାରନ୍ତି ସୁଜେନ୍‌ ଖାନ୍‌ଙ୍କ ସହିତ ତ ହ୍ରିତିକଙ୍କ ଛାଡପତ୍ର ହୋଇ ସାରିଛି। ପୁଣି ତାଙ୍କୁ କିପରି ବିବାହ କରିବେ। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହ୍ରିତିକ ଓ ସୁଜେନ୍‌ଙ୍କ ଦୁଇପୁତ୍ର ସବୁବେଳେ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି। ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲେ ବି ନିଜ ଜନ୍ମ ଦିନ ହେଉ କିମ୍ବା କୌଣସି ସିନେମା ରିଲିଜ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ ସବୁଥିରେ ହିତ୍ରିକ୍‌ ଦୁଇପୁଅ ଓ ପତ୍ନୀ ସୁଜେନ୍‌ଙ୍କ ସହିତ ନଜର ଆସି ଥାଆନ୍ତି। ତେବେ ହିତ୍ରିକ୍‌ ଓ ସୁଜେନ୍‌ଙ୍କ ଦୁଇପିଲା ଯେଉଁଆଡେ ବି ଛୁଟି କଟାଇବା ପାଇଁ ଯାଆନ୍ତି ବାପା-ମାଙ୍କୁ ଏକାଠି ସାଥୀରେ ହିଁ ନେଇକି ଯାଇଥାଆନ୍ତି।

ତେବେ ହି୍ରତିକ ଓ ସୁଜେନ୍‌ଙ୍କ ପାଖ ଲୋକଙ୍କ କହିବାନୁସାରେ, ଦୁହେଁ ପୁଣିଥରେ ପିଲାଙ୍କ ପାଇଁ ବିବାହ କରିବେ ବୋଲି କଥାବାର୍ତ୍ତା ହେଉଛନ୍ତି। ନିଜନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି। ତେବେ ଯେଉଁ କାରଣ ପାଇଁ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା ତାହାକୁ ମଧ୍ୟ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ହ୍ରିତିକ ଓ ସୁଜେନ୍‌ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧିତ ଖବର